-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
04-Jul-2024
(ଡୋଲେଶ୍ଵର ବାଗ )
ନୂଆପଡ଼ା ଜିଲ୍ଲା ବେଲଟୁକରି ଥାନା ବିସୋରା ଗ୍ରାମ ପଞ୍ଚାୟତ ର ସରଧାପୁର ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ହୋଇଅଛି। ବାଇକ୍ ସ୍କୁଟି ମୁହାମୁହି ଧକ୍କା ହେବା ଯୋଗୁଁ ଦୁର୍ଘଟଣା ହୋଇଥିଲା । ଘଟଣା ସ୍ଥଳ ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଅଛି। ତିନି ଗୁରୁତର ହୋଇଛନ୍ତି। ବରଗଡ଼ ଥାନା ଝାରବନ୍ଧ ର ବିଲାସପୁର ଗ୍ରାମ ର ଦିଲୀପ କୁମାର ଭୋଇ ଖରୀଆର ରୋଡ କୁ ଲାପଟପ କିଣିବାକୁ ଏକ ସ୍କୁଟି ରେ ଆସି ଫେରୁ ଥିବା ବେଳେ
ବେଲ୍ଟକରି ଥାନା ବିଶୋରା ପଞ୍ଚାୟତ ସାରଦାପୁର ଗ୍ରାମର ତୁଲାରାମ ପାଣ୍ଡେ, ସ୍ତ୍ରୀ ଭୂତ କୁଆଁରୀ ପାଣ୍ଡେ, ଏବଂ ପୁଆ ସୋମନାଥ ପାଣ୍ଡେ ଙ୍କୁ ଖରୀଆର ରୋଡ ରେଳ ଷ୍ଟେସନ କୁ ନେଇ ଛାଡ଼ିବାକୁ ଯାଉଥିଲେ। ଗ୍ରାମର ରାହୁଲ ପାଣ୍ଡେ, ଗୋଟିଏ ପରିବାର ର ତିନି ଜଣଙ୍କୁ ରେଳୁଏ ଷ୍ଟେସନ୍ କୁ ଚାଡ଼ି ଯାଉଥିଲେ। ଏହି ଦୁର୍ଘଟଣା ରେ ପଞ୍ଚ ଜଣଙ୍କୁ ନୂଆପଡ଼ା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ଥିବା ବେଳେ ଦୁଇ ଜଣ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦିଲୀପ କୁମାର ଭୋଇ ଏବଂ ତୁଲାରମ୍ ଙ୍କ ମୃତ୍ୟୁ ହୋଇଅଛି। ଆହତଙ୍କ ମଧ୍ୟରେ ତିନି ବର୍ଷ ଶିଶୁ ସୋମନାଥ ଙ୍କୁ ରାୟପୁର, ରାହୁଲ ପାଣ୍ଡେ ଙ୍କୁ ବଲାଙ୍ଗୀର ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଭୂତ କୁଆଁରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ବାଭାବିକ ଅଛି।