-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
04-Jul-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସୁବର୍ଣ୍ଣପୁର ଜିଲ୍ଲା ର ଯୁବକ ଙ୍କ ଆଜି ମୃତ୍ୟୁ ଖବର ପହଞ୍ଚିଛି l ମୃତ ଦାଦନ ଶ୍ରମିକ ହେଲେ ବୁଦ୍ଧଦେବ ମେଣ୍ଡିଲି l ମହାରାଷ୍ଟ୍ର ର ପୁଣେ ସହର ରେ ଏ ଦୁଃଖଦ ଘଟଣା ଘଟିଛି l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିଲୁଙ୍ଗ ଗାଁର ହୀରାମଣୀ ମେଣ୍ଡେଲିଙ୍କ 22 ବର୍ଷୀୟ ପୁଅ ବୁଦ୍ଧଦେବ ଗତ ତିନି ବର୍ଷ ହେଲା ପୁଣେରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ l ତେବେ ଗତ 1 ତାରିଖରେ କାମ କରୁଥିବା ସମୟରେ ଛାତ ଉପରୁ ପଡିଯାଇଥିଲେ ବୁଦ୍ଧଦେବ l ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ବୁଦ୍ଧଦେବଙ୍କ ମୃତ୍ୟୁ ହୋଇଯାଇଛି l ଖବର ପାଇ ପରିବାର ଲୋକ ଆଜି ସେଠାରେ ପହଁଚିଲା ପରେ ଶଵ ବ୍ୟବଚ୍ଛେଦ କରାଯାଉଛି l ଏବେ ଗରିବ ହୀରାମଣୀ ମୃତ ପୁଅର ଶଵକୁ କିପରି ଘରକୁ ଆଣିବେ ସେନେଇ ତାଙ୍କ ପରିବାର ଭାଳେଣି ରେ ପଡିଯାଇଛନ୍ତି ଏବେ l ଏନେଇ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇବାକୁ ହିରlମଣି ଲିଖିତ ଭାବେ ଜଣାଇଛନ୍ତି l