-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||     

HOME   ଜିଲ୍ଲା

ଏସଟି-ଏସସି ଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ରାଜ୍ୟସଭା ରେ ଗର୍ଜିଲେ ସାଂସଦ ନିରଞ୍ଜନ ବିଶି

03-Jul-2024



ଦିଲ୍ଲୀ(ପ୍ରେରଣା ଖବର): ରାଷ୍ଟ୍ରପତିଙ୍କ ଅଭିଭାଷଣ ସମ୍ବନ୍ଧରେ ଧନ୍ୟବାଦ ପ୍ରସ୍ତାବରେ ଆଜି ରାଜ୍ୟସଭାରେ ସାଂସଦ ନିରଞ୍ଜନ ବିଶି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି l ସାଂସଦ ଶ୍ରୀ ବିଶି ତାଙ୍କ ବକ୍ତବ୍ୟ ରେ କହିଛନ୍ତି ଯେ ଦେଶରେ ୫୦ ପ୍ରତିଶତ ଆଦିବାସୀ ଦlରିଦ୍ୟ ସୀମାରେଖା ତଳେ ଥିବାବେଳେ ୩୩ ପ୍ରତିଶତ ଅନୁସୂଚିତ ଜାତି ବିପିଏଲ ଶ୍ରେଣୀରେ ଅଛନ୍ତି । ସେହିପରି ଭାରତ ରେ ୫୧ ପ୍ରତିଶତ ଆଦିବାସୀ ମହିଳା ନିରକ୍ଷର ଥିବା ବେଳେ ୫୨ ପ୍ରତିଶତ ମହିଳା ନିରକ୍ଷର ଅଛନ୍ତି । ତେବେ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ସପ୍ନ କିଭଳି ପୂରଣ ହେବ, ସମାଜର ତଳ ଶ୍ରେଣୀରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଯଦି ଦରିଦ୍ୟ ସୀମାରେଖା ତଳେ ରହିବେ ନିରକ୍ଷର ରହିବେ ତେବେ ସେମାନେ କେବେ ଦେଶର ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ସାଂସଦ ଶ୍ରୀ ବିଶି କ୍ଷୋଭ ପ୍ରକାଶ କରିଥିଲେ l ସାଂସଦ ଶ୍ରୀ ବିଶି ଆହୁରି କହିଥିଲେ ଯେ ଭାରତ ରେ ୨୦ କୋଟି ୧୩ ଲକ୍ଷ ୭୮ ହଜାର ରୁ ଉର୍ଦ୍ଧ ଅନୁସୂଚିତ ଜାତି ଅଛନ୍ତି ଯାହାକି ଦେଶର ମୋଟ ଜନସଂଖ୍ୟା ର ୧୬. ୬ ପ୍ରତିଶତ ଏବଂ ୧୦କୋଟି ୪୯ ଲକ୍ଷ ୮୧ ହଜାର ଆଦିବାସୀ ଦେଶର ମୋଟ ଜନସଂଖ୍ୟାର ୮.୬ ପ୍ରତିଶତ କିନ୍ତୁ କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନ, ରେଲୱେ,ବ୍ୟାଙ୍କ ବୀମା ସରକାରୀ ଉଦ୍ୟୋଗ ବିଭାଗରେ ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ଏସସି ବର୍ଗର ପ୍ରାର୍ଥୀ ପାଇଁ ୧୫ ପ୍ରତିଶତ ସଂରକ୍ଷଣ ଏବଂ ଏସଟି ବର୍ଗର ପ୍ରାର୍ଥୀ ମାନଙ୍କ ପାଇଁ ୭.୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି ଯାହାକି ଉଭୟ ବର୍ଗର ପ୍ରାର୍ଥୀ ପାଇଁ ୧.୬ ପ୍ରତିଶତ କମ ସ୍ଥାନ ସଂରକ୍ଷଣ ରହିଛି l ପୂର୍ବରୁ କଂଗେସ ସରକାର ସମୟରେ ଏସସି ଏସଟି ପ୍ରାର୍ଥୀ ମାନଙ୍କ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ରେଲୱେ, ବ୍ୟାଙ୍କ ବୀମା, ସରକାରୀ ଉଦ୍ୟୋଗରେ ନିଯୁକ୍ତି ମିଳୁଥିଲା କିନ୍ତୁ ବିଜେପି ସରକାର ଅମଳରେ ଏସସି ଏସଟି ମାନଙ୍କ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ହେଉ ନାହିଁ l ବିଜେପି ସରକାର କଣ ଏସସି ଏସଟି ବିରୋଧୀ କି ବୋଲି ସାଂସଦ ଶ୍ରୀ ବିଶି ଉଦବେଗ ପ୍ରକାଶ କରିଛନ୍ତି l କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ଗ୍ରୁପ ଡି ପଦବୀ ପିଅନ, ଝାଡୁଦାର, ଜଗୁଆଳି, ସଫେଇ କର୍ମଚାରୀ ଆଦି ପଦବୀ ରେ ୯୯ ପ୍ରତିଶତ ଏସସି ଏସସଟି ନିଯୁକ୍ତି ସୁଯୋଗ ପାଉଥିଲେ ଏବେ କେନ୍ଦ୍ର ସରକାର କାହିଁକି ବନ୍ଦ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ l ଦେଶରେ ୯୫ ଟି ବିଶେଷ ଦୁର୍ବଳ ଆଦିବାସୀ ସମ୍ପ୍ରଦାୟ ଯାହାର ଜନସଂଖ୍ୟା ୨୮ ଲକ୍ଷ ତାଙ୍କର ଭାଷା, କଳା,ସଂସ୍କୃତି, ପ୍ରଥା ପରମ୍ପରା,ବିଲୁପ୍ତ ହେବାକୁ ଯାଉଥିବା ବେଳେ ତାଙ୍କ ଜମି ଜଳ ଜଙ୍ଗଲ ଜୀବନ ଜୀବିକା ଅସୁରକ୍ଷିତ ତେଣୁ ତାଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ହେବା ଉଚିତ, କେନ୍ଦ୍ର ସରକାର ଆଦିବାସୀ ଭାଷା ହୋ, ମୁଣ୍ଡାରୀ, ଭୂମିଜ, କୁଇ, ସଉରା ଭାଷା ସମ୍ବିଧାନ ର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ଉଚିତ, ବାଦ ପଡିଥିବା 

ଆଦିବାସୀ ଗୋଷ୍ଠୀକୁ ଆଦିବାସୀ ତାଲିକାରେ ସାମିଲ କରିବା ଉଚିତ ବୋଲି ସାଂସଦ ଶ୍ରୀ ବିଶି ଦାବୀ କରିଥିଲେ l କେନ୍ଦ୍ର ସରକାର ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରୁଛି, ତାହା ସ୍ୱାଗତଯୋଗ୍ୟ କିନ୍ତୁ ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲ, କଳା ସଂସ୍କୃତି, ଧର୍ମର ସୁରକ୍ଷା ପାଇଁ ଇଂରେଜ ବିରୁଦ୍ଧରେ ବିର୍ସା ମୁଣ୍ଡା ଲଢେଇ କରିଥିଲେ l ତେବେ ଆଦିବାସୀଙ୍କ ଜମି ଜଳ ଜଙ୍ଗଲ କଳା ସଂସ୍କୃତି ଭାଷା ଧର୍ମର ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେବା ଉଚିତ ବୋଲି ରାଜ୍ୟସଭା ରେ ସାଂସଦ ଶ୍ରୀ ବିଶି ଦାବୀ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026

You Might Also Like