-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ସିଆରପିସି  ବଦଳରେ  ଭାରତୀୟ ନ୍ୟାୟ ସଂହିତା, ନୂଆ ଆଇନ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବ

03-Jul-2024



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର):  ଇଂରେଜ ଅମଳରୁ ଆମ ଦେଶରେ ଦଣ୍ଡ ବିଧାନ ସିଆରପିସି ଅନୁସାରେ ଚାଲି ଆସୁଥିଲା । ଦେଶର ବର୍ତ୍ତମାନର  ପରିସ୍ଥିତି, ଲୋକଙ୍କ ଆଚାର ବ୍ୟବହାର, ଅପରାଧିକ କାର୍ଯ୍ୟକଳାପ ତଥା ବିଭିନ୍ନ ଦୃଷ୍ଟି କୋଣରୁ ପୁରୁଣା ଆଇନକୁ ବଦଲାଇ ଦେଶରେ ଗତ ଜୁଲାଇ ୧ ତାରିଖରୁ ଭାରତୀୟ ନ୍ୟାୟ ସଂହିତା ଆଇନ ଲାଗୁ କରା ଯାଇଛି । ଏହି ଅବସରରେ ଡୁଙ୍ଗୁରିପାଲି ଥାନାଧିକାରୀ ସତ୍ୟନାରାୟଣ ପଧାନଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ପୁରୁଣା ଆଇନ ବଦଳରେ କେଉଁ ନୂଆଁ ଆଇନରେ କଣ ରହିଛି ସେ ଉପରେ ସଚେନତା କରିଥିଲେ । ୧୮୬୦ ଇଣ୍ଡିଆ ପେନାଲ କୋଡ ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, କୋଡ୍ ଅଫ୍ କ୍ରିମିନାଲ ପ୍ରୋସିଜିଓଜ, ୧୯୭୩ ବଦଳରେ ଭାରତୀୟ ନାଗରୀକ ସୁରକ୍ଷା ସଂହିତା ୨୦୨୩ ଓ ଇଣ୍ଡିଆନ ଏଭିଡେନସ୍ ଆକ୍ଟ ୧୯୭୨ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩କୁ ପରିବର୍ତ୍ତନ ହୋଇଅଛି । ନୂତନ ଆଇନରେ ପ୍ରତ୍ୟେକ ପୀଡିତାଙ୍କୁ ସୁନିଶ୍ଚିତ ନ୍ୟାୟ, ମହିଳା ଏବଂ ଶିଶୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ, ତ୍ୱରିତ ନ୍ୟାୟ ପାଇଁ ସଠିକ୍ ମସୟରେ ମାମଲାର ବିଚାର ଅନଲାଇନ  ଏଫଆଇରର ସୁବିଧା, ଡିଜିଟାଲ ପ୍ରମାଣର ବ୍ୟବହାର, ମବ୍ ଲିଥିଙ୍ଗ ଏବଂ ସଂଗଠିତ ଅପରାଧ ଇତ୍ୟାଦି ଅପରାଧିକ ଆଇନରେ ଅନ୍ତର୍ଭୂକ୍ତ, ସ୍ୱଷ୍ଟ ଓ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସାକ୍ଷୀର ବିବୃତି ଏବଂ ଯାଞ୍ଚର ଅଡିଓ-ଭିଡିଓ ରେକର୍ଡିଂ ରହିଛି । କେତେକ ପ୍ରମୁଖ ପୁରୁଣା ଆଇନର ଧାରା ବଦଳି ଏହାର ନୁଆ ଧାରା ଅନୁସାରେ ମାମଲା ଋୁଜୁ ହୋଇ ତଦନ୍ତ ହେବ ।ଉକ୍ତ ପ୍ରମୁଖ ନୂତନ ଧାରା ହେଲା- ହତ୍ୟା ଭଳି ଗୁରୁତର ଅପରାଧ ପାଇଁ ଆଇପିସି ୩୦୨ ପୁରଣା ଆଇନ ବଦଳରେ ବର୍ତ୍ତମାନ ଭାରତୀୟ ନ୍ୟାୟ ସଂହିତାରେ ୧୦୩, ଚୋରୀ ପାଇଂ ୩୭୯, ସେହିପରି ୩୦୪(ଏ) ବଦଳରେ୧୦୬, ୩୦୪(ବି)-୮୦, ୩୦୬-୧୦୮,୩୦୯-୨୨୬, ୨୮୬-୨୮୭, ୨୯୪-୨୯୬, ୫୦୯-୭୯, ୩୨୩-୧୧୫, ଆରଡବ୍ଲ୍ୟ ୧୪୯--୧୯୦, ୩୨୪,୩୨୫,୩୨୬-୧୧୮,୩୩୮-୧୨୫ବଦଳରେ ରହିଅଛି । ପକ୍ସୋ, ଏସସି/ଏସଟି ଆଇନରେ ପରିବର୍ତ୍ତନ ହୋଇ ନାହିଁ । ରାସ୍ତା ରୋକ, ସଂଗଠିତ ଆକ୍ରମଣ ପାଇଁ କଠୋର ଦଣ୍ଡ ରହିଅଛି । ଜଣେ  ଆଗରୁ ଘଟଣା ଘଟିଥିବା ଥାନା ଅଧିନରେ ଜଣେ ପିଡିତା ଅଭିଯୋଗ କରିପାରୁଥିଲେ । କିନ୍ତୁ ବର୍ତ୍ତମାନ   କୌଣସି ଥାନାରେ ଅଭିଯୋଗ କରିପାରିବ । ଜଣେ ଅନ୍ ଲାଇନ ମାଧ୍ୟମରେ ଅଭିଯୋଗ କରିପାରିବ । ମାତ୍ର  ତିନି ଦିନ ମଧ୍ୟରେ ଥାନାରେ ପହଞ୍ଚି ତଦନ୍ତରେ ପୁଲିସକୁ ସହ ଯୋଗ କରିବ । ଅନ୍ୟଥା ତାଙ୍କର ଅଭିଯୋଗ ଖାରଜ ହେବା ଉପରେ ନୂତନ ଆଇନରେ ରହିଛି ।  ଉକ୍ତ କାର୍ଯ୍ୟକ୍ରମରେ ଗଣମାଧ୍ୟମର ପ୍ରତିନିଧି, ସଚେନତ ନାଗରୀକ, ବିଭିନ୍ନ ପଞ୍ଚାୟର ଲୋକ ପ୍ରତିନିଧି ଯୋଗ ଦେଇଥିଲେ । ସବ୍ ଇନ୍‌ପେକ୍ଟର ଟଙ୍କଧର ଛତିଆ, ଏଏସଆଇ ଏକାମ୍ର ନାହାକ ନୂତନ ଆଇନ ଓ ପୁରାତନ ଆଇନର ପାର୍ଥକ୍ୟ ଉପସ୍ଥାନ କରିଥିଲେ । ଶେଷରେ ଏଏସଆଇ ମହନ ବରିହା ଧନ୍ୟବାଦ ଅର୍ପଣ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like