-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
02-Jul-2024
ଲୋଇସିଂହା, (ବିନୋଦ କୁମାର ଦୀପ) ଆଜି ଲୋଇସିଂହା ବ୍ଲକ ସଭା ଗୃହରେ ବିଡ଼ିଓ ଅକ୍ଷୟପାଣି ଉଦ୍ଦୁ ଙ୍କ ଦ୍ୱାରା ଆୟୋଜିତ ନୂତନ ଭାବେ ନିଯୁକ୍ତି ପାଇଥିବା ପିଇଓ ଙ୍କୁ ନେଇ ଏକ ୨ ଦିନିଆଁ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଟ୍ରେନିଂ ରିସୋର୍ସ ପର୍ସନ ହେଲେ ଏବିଡିଓ ରାଜେନ୍ଦ୍ର ବାବୁ, ଜିପିଓ କିଶୋରଚନ୍ଦ୍ର ମାନସିଂହ, ବିପିସି କ୍ରିଷ୍ଣାମୟୀ ଛତ୍ରୀୟ, ଫାଇନାନସିଆଲ ଅଧିକାରୀ ବୁଦ୍ଧରାମ ଭୋଇ, ସପ୍ଲାଇ ଅଧିକାରୀ ସୋମ୍ୟରଞ୍ଜନ ମହାନନ୍ଦ, ବିଆରସି ଏସବିଏମ ଛବିଳ ବେହେରା ପ୍ରମୁଖ l ନୂତନ ପିଇଓ ସ୍ୱତୀ ସୁଭଦ୍ରୀଣି ସାହୁ, ଅନୁରାଧା ପାଣ୍ଡେ, ସ୍ୱାଧୀନ ଭୁଏ, ଜିତୁ ସାହୁ, ଚନ୍ଦ୍ରିକା ଧରୁଆ, ନିକିତା ପଧାନ, ସୂର୍ଯ୍ୟପ୍ରତାପ ପଧାନ, ଧର୍ମାନନ୍ଦ ପଧାନ, ରମାକାନ୍ତ ଦୀପ, ଶମ୍ଭୁଚରଣ ନାଗ ପ୍ରମୁଖ ଏହି ପ୍ରଶିକ୍ଷଣ ଶିବିର ରେ ସାମିଲ ଥିଲେ l