-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
30-Jun-2024
(ମନୋରଞ୍ଜନ ତ୍ରିପାଠୀ )
ସୋନପୁର ଜିଲ୍ଲାର ବରିଷ୍ଠ ଇଞ୍ଜିନିୟର ପ୍ରମୋଦ ଆଚାର୍ଯ୍ୟ ଓ ତାଙ୍କ ଧର୍ମପତ୍ନୀ ମୌସୁମୀ ଆଚାର୍ଯ୍ୟ ଙ୍କ 30ତମ ବିବାହ ବାର୍ଷିକ ଉତ୍ସବ ପାଳନ ଅବସରରେ ଆଜି ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ସୋନପୁର ର ବଡ ଝିଙ୍କି ସ୍ଥିତ ଲିଡ୍ ମୋଟର୍ଶ ରେ ଅନୁଷ୍ଠିତ ହୋଇ ଯାଇଛି। ଜୀବନର ଏପରି ଏକ ବିବାହ ବାର୍ଷିକ ଉତ୍ସବ ରେ ଗତ ବର୍ଷ ମଧ୍ୟ ଏଭଳି ଶିବିର ଅୟୋଜନ କରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏମିତି ରକ୍ତ ଦାନ ଶିବିର ଆୟୋଜନ ଜାରି ରଖିବୁ ବୋଲି ମତ ରଖି ସମାଜ କୁ ଯୁବ ପୀଢ଼ି ଙ୍କୁ ରକ୍ତ ଦାନ ର ଏକ ମହତ୍ ବାର୍ତ୍ତା ପ୍ରଦାନ କରିଛନ୍ତି। CDMO ଦୁର୍ଗା ଦତ୍ତ ଦାଶ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଉଭୟ ଦମ୍ପତି ଙ୍କ ଦୀର୍ଘାୟୁ ଜୀବନ କାମନା କରିଥିଲେ । ତାଂକ ପୁତ୍ର ସିଦ୍ଧାନ୍ତ ଆଚାର୍ଯ୍ୟ, ଜିବିତେଶ ଆଚାର୍ଯ୍ୟ ରକ୍ତ ଦାନ କରିଥିବା ବେଳେ ସମୁଦାୟ 45 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା, ଲିଡ଼ ମୋଟର କର୍ମଚାରୀ ପିଣ୍ଟୁ ସାହୁ, କାଂହା ଚରଣ ସାହୁ, ବିବେକା ନନ୍ଦ ନାଗ, ସୟଦ ଜାଫର ମିଆ, ବିକାସ ମେହେର, ସୁଭାଜିତ୍ ସାହୁ,ସୋମନାଥ ମେହେର, ଶ୍ରୀଧର ଭୋଇ, କ୍ରୀଷ୍ଣା ମେହେର, ଅନିଲ ଝାଙ୍କର, ଲୁଲୁ ମେହେର, ତଥା ପିତାମ୍ବର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଜିଲ୍ଲା ରକ୍ତ କେନ୍ଦ୍ର ର ଡ଼ା ସରୋଜ ପଟେଲ, ଜଗତ ଦରୁଅନ୍, ଟିଟୁ ଭୋଇ , ୟୁଦିଷ୍ଟିର ନାୟକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।