-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
30-Jun-2024
ସୋନପୁର/ (ମନୋରଞ୍ଜନ ତ୍ରିପାଠୀ ) ସୋନପୁର ଜିଲ୍ଲା ଓକିଲ ସଂଘ କାର୍ଯ୍ୟlଳୟ ପରିସର ରେ ଥିବା ଲାଇବ୍ରେରୀ ହଲ୍ (ଆମେନିଟି ସେଣ୍ଟର) ନିକଟ ରେ ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ର ମେଡିସିନ ସ୍ପେସିଆଲିଷ୍ଟ ଡ. ନରେନ୍ଦ୍ର ମେହେର କୋର୍ଟର ଷ୍ଟାଫ ଓ ସମସ୍ତ ଓକିଲ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହା ପରେ ୧୧.୩୦ସମୟରେ ଜିଲ୍ଲା ଓକିଲ ସଂଘ ସଭାପତି ବିଧାନ ଚନ୍ଦ୍ର ପାଣିଗ୍ରାହୀ ଓ ସଂଘ ସମ୍ପାଦକ ଦାସ ଦିପ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଆସନ୍ତା ଜୁଲାଇ ୧ ତାରିଖରେ ନୂତନ ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩, ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ କାର୍ଯ୍ଯ କାରୀତା ଉପରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଏହି ସଚେତନତା କାର୍ଯ୍ୟକ୍ରମ ରେ ଜିଲ୍ଲା ଓକିଲ ସଂଘ ର ବରିଷ୍ଠ ଆଇନଜୀଵୀ ବ୍ୟୋମକେଶ ଦାଶ, ଅଟଳ ବିହାରୀ ମହାପାତ୍ର, ବିନାୟକ ରଥ, ଚମ୍ପେଶ୍ୱର ଥାନପତି ଙ୍କ ସହ ଯୁବ ଓକିଲ ଆଦ୍ଵିତ କୁମାର ପଣ୍ଡା, ବାବୁଲାଲ ଦାଶ,ବ୍ରଜେନ୍ଦ୍ର କୁମାର ବିଶି, ଅଜିତ କୁମାର ବାରିକ, ଭାସ୍କର ଦାଶ, ପ୍ରଣତି କୁମ୍ଭାର, ଗୀତାଞ୍ଜଳି ତ୍ରିପାଠୀ, ବିବେକାନଦ ମିଶ୍ର, ରତନ ପଟ୍ଟନାୟକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।