-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
30-Jun-2024
ବୌଦ୍ଧ(ଜୟାନନ୍ଦ ମିଶ୍ର ): ରବିବାର ରାତି୭.୩୦ ମିନିଟ ସମୟରେ ଡମ୍ବରୁଗଡ ନିକଟରୁ ବେଆଇନ୍ ବାଲି ଚାଲାଣ ଅଭିଯୋଗରେ ୧୩ଗୋଟି ଟ୍ରାକ୍ଟରକୁ ବାଉଁଶୁଣୀ ପୋଲିସ ଅଟକ ରଖି ଥାନାକୁ ଆଣିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୫ଘଣ୍ଟା ସମୟରେ ବାଉଁଶୁଣୀ ରାଜସ୍ୱ ସର୍କଲର ଡମ୍ବରୁଗଡ ମହାନଦୀ ବାଲି ଘାଟରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ହେଉଥିବା ଖବର ପାଇ ଜିଲ୍ଲାପାଳ ଜେ ସୋନାଲ ଓ ଏସପି ରାଜ୍ ପ୍ରସାଦ ଅତର୍କିତ ଭାବେ ଘଟଣା
ସ୍ଥଳରେ ପହଞ୍ଚି ଥିଲେ | ନଦୀ ମଧ୍ୟରେ ୧୩ଗୋଟି ଟ୍ରାକ୍ଟର ବାଲି ବୋଝେଇ କରୁଥିବା ଦେଖିବା ପରେ ସେ ସମସ୍ତ ଟ୍ରାକ୍ଟରକୁ ଅଟକ ରଖି କାଗଜପତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ | ବାଉଁଶୁଣୀ ପୋଲିସ ସମସ୍ତ ଗାଡ଼ିକୁ ଥାନାକୁ ନେଇ ଅଟକ ରଖିଛି l ଆଜିର ଚଢାଉରେ ଜିଲ୍ଲାପାଳ ଓ ଏସପିଙ୍କ ସମେତ ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ ଏବଂ ବାଉଁଶୁଣୀ ଓ ବୌଦ୍ଧ ଥାନାର ପୋଲିସ ଟିମ୍ ସାମିଲ ଥିଲେ |