-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
29-Jun-2024
ନବରଙ୍ଗପୁର :(ମିହିର ଶଙ୍କର ପାତ୍ର)
-ଡାବୁଗାଁ ଅଞ୍ଚଳରେ ଦିନକୁ ଦିନ ଅବୈଧ ଗୋ ଚାଲାଣ ବଡିବାକୁ ଲାଗିଛି । ଗୋରୁ ବେପାରୀ ମାନଙ୍କ ଭୂସ୍ବର୍ଗ ପାଲିଟିଛି ବରଦେଇ ଗ୍ରାମ। ଏଭଳି ଡାବୁଗାଁ ସାପ୍ତାହିକ ହାଟରୁ ମଧ୍ୟ ପ୍ରତି ସପ୍ତାହ ଶହଶହ ଗୋ ଚାଲାଣ ହେଉଛି କିନ୍ତୁ ଆଶ୍ଚର୍ଯ୍ୟର କଥା ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୁଷ୍ଟି ଦେଉନାହାନ୍ତି। ଖାଲି ଡାବୁଗାଁ ନୁହଁ ରାଇଘର ,କୁନ୍ଦେଇ,ଛତିଶଗଡ଼ ସୀମାନ୍ତରୁ ଗାଈଗୋରୁ ମାନଙ୍କୁ ନିର୍ମମ ଭାବରେ ପିଟି ପିଟି ଏବଂ ଚଲାଇ ଚଲାଇ ଡାବୁଗାଁ ଅଞ୍ଚଳ ଦେଇ ନେଉଛନ୍ତି କିନ୍ତୁ ପ୍ରଶାସନ ନିରବ । ସୂଚନାଯୋଗ୍ୟ କିଛି ଦଲାଲ ରାଇଘର ଏବଂ ଛତିଶଗଡ଼ ସୀମାନ୍ତରୁ ଆଣୁଥିବା ଗାଈ ମାନଙ୍କୁ ପାପଡାହାଣ୍ଡି ଥାନା ବରଦେଇ ଏଵଂ ଡାବୁଗାଁ ଥାନା ଅଧୀନସ୍ତ ଧାମନାଗୁଡା, ସରାଗୁଡା ଓ ଜାମଗୁଡା ଗ୍ରାମରେ ରଖି ସନ୍ଧ୍ୟା ସମୟରେ ଟ୍ରକ ଯୋଗେ ଅନ୍ଦ୍ରାପ୍ରଦେଶ ପଠାଉ ଥିବା ଜଣାପଡିଛି। ସବୁ ଜାଣି ମଧ୍ୟ ପ୍ରଶାସନ ନିରବ।ଏଭଳି ଅବୈଧ ଗୋ ଚାଲାଣକୁ ରକିବାରେ ପ୍ରଶାସନ ବିଫଳ ହେଲେ ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲାରେ ଗୋ ସମ୍ପଦ ସମ୍ପୂର୍ଣ୍ଣ ଲପ ପାଇଯିବ ଏଥିରେ ଦୁଇମତ ହେବାର ନାହିଁ।ଯାହାବି ହେଉ ଗୋ ଚାଲାଣ ରକିବା ପାଇଁ ସ୍ଥାନୀୟ ପ୍ରଶାସନ ଦୁଷ୍ଟି ଦେଉନଥିବାରୁ ଜିଲା ପ୍ରଶାସନ ଏଥି ପ୍ରତି ଦୁଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି ।
*ବିଦ୍ର:-ଗୋ ଚାଲାଣ ରକିବାର ପ୍ରଶାସନ ବିଫଳ*