-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
29-Jun-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,) ଡାବୁଗାଁ ବ୍ଳକ କୃଷକ ମହାସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର ଙ୍କ ନେତୃତ୍ୱରେ ଚାଷୀଭାଇ ମାନେ ଏକତ୍ରିତ ହୋଇ ଥହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କଲେ । ଡାବୁଗାଁ ଅଞ୍ଚଳରେ ସାର ଅଭାବ ଥିବା ସମୟରେ ଡାବୁଗାଁ ଲ୍ୟାମ୍ପ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡୁଛି। ଏହା ସହ ସ୍ଥାନୀୟ ଅଂଚଳରେ ଡିଲେର ମାନେ ମଧ୍ୟ୍ୟ ଛଡା ଦରରେ ସାର ବିକୁଥିବା ଚାଷି ମାନେ ଡାବୁଗାଁ ତହସିଲଦାରଶ୍ରୀ ହରିଅମ ଭୋଇ ଙ୍କୁ ଜଣାଇଛନ୍ତି। ଏହାର ତଦନ୍ତ କରିବେ ବୋଲି ତହସିଲଦାର ଚାଷୀମାନଙ୍କୁ ପ୍ରତିଶୃତି ଦେଲେ। ଏହାର ଏକ ଅବିକଳ ନକଲ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଦିଆଯାଇଛି।ଦାବୀ ପ୍ରଦାନ ସମୟର ଚାଷୀ ମହସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର, ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ, ଚାଷୀ ରାଜାବାବୁ ମିଶ୍ର, ଚନ୍ଦ୍ର ଶେଖର ନିହାଲ, ରଘୁ ବିଶୋଇ, ବିଶ୍ବରଂଜନ ରାୟ ପାତ୍ର, ଗଙ୍ଗା ଗୌଡ, ତାରିଣୀ ରେଲି ଏଵଂ ବ୍ଲକର ୫୦ ରୁ ଉର୍ଦ୍ଧ ଚାଷୀ ଉପସ୍ଥିତି ଥିଲେ । ଆଗମୀ ଦିନରେ ଯଦି ଏପରି ଅବ୍ୟବସ୍ଥା ହୁଏ ତେବେ ଚାଷୀ ରାସ୍ତା କୁ ଓହ୍ଲାଇବେ ବୋଲି ତହସିଲଦାର ଙ୍କୁ କହିଥିଲେ।