-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
27-Jun-2024
ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ଧାର୍ଯ୍ୟ ସମୟରେ ଶେଷ ହେବ। ଏହି ପ୍ରକଳ୍ପ ନେଇ ଖୁବ୍ଶୀଘ୍ର ଡିଏମ୍ଆରସି( ଦିଲ୍ଲୀ ମେଟ୍ରୋ ରେଳ ନିଗମ)ସହ ଆଲୋଚନା କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ୪ ବର୍ଷ ଭିତରେ ୨୬ କିଲୋମିଟର ମେଟ୍ରୋ ପ୍ରକଳ୍ପ ଶେଷ କରାଯିବ। ପୂର୍ବର ବିଜେଡି ସରକାର ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନେଇଥିଲେ।
ଏନେଇ ୫୯୨୯ କୋଟି ୩୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। ୨୦୨୪ ଜାନୁଆରୀ ୧ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ରାଜ୍ୟରେ ସରକାର ବଦଳିବା ପରେ ମେଟ୍ରୋ ପ୍ରକଳ୍ପର ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ପୂର୍ବ ଭଳି ଜାରି ରହିବ। ପୂର୍ବ ସରକାର ଆରମ୍ଭ କରିଥିବା କୌଣସି ଜନହିତକାରୀ ଯୋଜନା ବନ୍ଦ ହେବ ନାହିଁ ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି।