-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
25-Jun-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଭିତରେ ସୋମବାର ଦିନ ଜଣେ ସାପଧରାଳିଙ୍କ ମୃତ୍ୟୁ ଘଟଣାରେ ପିସିସିଏଫ୍ ବନ୍ୟପ୍ରାଣୀ ସୁଶାନ୍ତ ନନ୍ଦ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସାପ ଧରି ଜଙ୍ଗଲରେ ନଛାଡି ଥାନା ପରିସରକୁ କାହିଁକି ଆସିଥିଲେ ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି। ଏନେଇ ଶ୍ରୀ ନନ୍ଦ ସୋନପୁର ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଥାନା ପରିସରରେ ପୁଲିସମାନଙ୍କ ଆଗରେ ସାପ ଖେଳ ଦେଖାଇବାକୁ କିଏ ଦେଇଥିଲା ଅନୁମତି, ତାକୁ ନେଇ ପ୍ରଶ୍ନ ଉଠିଛି।ପିସିସିଏଫ ଶ୍ରୀ ନନ୍ଦ କହିଛନ୍ତି। ସାପ ଧରାଳିଙ୍କୁ ତାଲିମ ଦେବା ପାଇଁ ବନ ବିଭାଗ ଆଣିବ ସର୍ପ ଆପ୍। ଏସଆରସି ଓ ବନ୍ୟପ୍ରାଣୀ ପିସିସିଏଫଙ୍କ ସହଯୋଗରେ ଏହି ତାଲିମ ପ୍ରଦାନ କରାଯିବ। ତାଲିମ ବ୍ୟବସ୍ଥା ସହ ତାଲିମପ୍ରାପ୍ତ ସାପ ଧରାଳିଙ୍କୁ ସାପ ଧରା କିଟ୍ ଯୋଗେଇ ଦିଆଯିବ।ସୂଚନା ଅନୁସାରେ ଚମ୍ପାମଳ ଗାଁର ଜଣଙ୍କ ଘରୁ ଏକ ନାଗ ସାପ ବାହାରିଥିବାବେଳେ ସାପ ଧରିବା ପାଇଁ ମେଣ୍ଡାମାଳ ଗାଁର ଗୌର କୁମ୍ଭାରକୁ ସେ ଖବର ଦେଇଥିଲେ। ଗୌର ସେଠାକୁ ଯାଇ ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ ଜାରରେ ଧରି କୌଣସି କାମରେ ଥାନାକୁ ଆସିଥିଲେ। ତେବେ ଥାନାରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଆଗରେ ସାପକୁ ଡବାରୁ ବାହାର କରି ଦେଖାଇଥିଲେ । ଦେଖି ସାରି ସାପକୁ ପୁଣି ଡବା ଭିତରେ ପୁରାଇବା ସମୟରେ ଗୌରଙ୍କ ହାତରେ ଚୋଟ ମାରିଥିଲା ବିଷଧର ନାଗସାପ । ତୁରନ୍ତ ଗୌରଙ୍କୁ ପୁଲିସ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।