-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
06-Oct-2020
କୋଲ୍ ସ୍କାମ୍ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ଦୋଷୀ, ପ୍ରଥମ ମନ୍ତ୍ରୀ ଭାବେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ, ଦିଲୀପଙ୍କୁ ଦୋଷୀ ସାବ୍ୟସ୍ତ କଲେ ସ୍ପେଶାଲ କୋର୍ଟ ଜଜ ପରାଶର, ଅକ୍ଟୋବର ୧୪ରେ ଦଣ୍ଡ ଘୋଷଣା କରିବେ କୋର୍ଟ, ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ! ଝାଡ଼ଖଣ୍ଡର ଗିରିଡିହିରେ ଥିବା ବ୍ରହ୍ମଡିହ କୋଲବ୍ଲକ ଆବଣ୍ଟନରେ ଅନୀୟମିତତା ନେଇ ସିବିଆଇ ଚାର୍ଜସିଟ୍ ଦାଖଲ କରିଥିଲା । ସେତେବେଳେ ଦିଲୀପ ରାୟଙ୍କ ସମେତ ୫ ଜଣଙ୍କୁ ସ୍ପେସାଲ ସିବିଆଇ କୋର୍ଟ ସମନ କରିଥିଲେ ! ୧୯୯୯ରେ କାଷ୍ଟ୍ରନ ଟେକ୍ନୋଲୋଜିକୁ କୋଲବ୍ଲକ ପ୍ରଦାନ କରାଯାଇଥିଲା । ତ୍କାଳୀନ କୋଇଲା ମନ୍ତ୍ରାଳୟର ଅତିରିକ୍ତ ସଚିବ ପ୍ରଦୀପ କୁମାର ବାନାର୍ଜୀ, ଆଡଭାଇଜର ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ଏବଂ କ୍ରାଷ୍ଟନ ମାଇନିଂକୁ ସମନ କରିଥିଲେ ସ୍ବତନ୍ତ୍ର ସିବିଆଇ କୋର୍ଟ ! ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୧୨୦ (ବି)-ଅପରାଧିକ ଷଡ଼ଯନ୍ତ୍ର, ୪୨୦ ଅର୍ଥାତ ଠକେଇ, ୪୦୯ ଅର୍ଥାତ ବିଶ୍ବାସ ଭଙ୍ଗ ଏବଂ ପ୍ରିଭେକ୍ସନ ଅଫ କରପସନ୍ ଆକ୍ଟର ବିଭିନ୍ନ ଧାରା ଲଗାଥିଲେ କୋର୍ଟ