-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
22-Jun-2024
ବୀରମହାରାଜପୁର,(ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଆଜି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି ।ଶ୍ରୀ ଜୀଉଙ୍କ ଦ୍ଵାରଫିଟା, ସୂର୍ଯ୍ୟ ପୂଜା,ଦ୍ଵାରପାଳ ପୂଜା, ମଙ୍ଗଳ ଆଳତି, ଖେଚୁଡ଼ି ଭୋଗ ଆଦି ନୀତି କରାଯାଇଥିଲା।ଆଜି ଭୋର୍ ସକାଳ ୫ ଟାରେ ମଙ୍ଗଳ ଆଳତି,୯ଟାରେ ଧାଡ଼ି ପହଣ୍ଡି,୧୧ଟାରେ ଶ୍ରୀଜୀଉଙ୍କ ମହାସ୍ନାନ, ଅପରାହ୍ନ ୧ ଟାରେ ଶ୍ରୀଜୀଉଙ୍କ ଗଜାନନ ବେଶ, ଅପରାହ୍ନ ୪ଟାରେ ଶ୍ରୀଜୀଉ ଅଣସର ବିଜେ ଆଦି ନୀତି ସମ୍ପନ୍ନ ହୋଇଥିଲା। ମହାପ୍ରଭୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିଲେ।ପ୍ରଥମେ ଠାକୁର ଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପ କୁ ଅଣାଯାଇଥିଲା।ତା ପରେ ପୂଜାନୀତି ହେଲା ପରେ ଶ୍ରୀ ଜୀଉଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା ।ଛଳିଆ ପାଦଦେଶସ୍ଥ ସୁନା କୂଅରୁ ସ୍ନାନଜଳ ସ୍ନାନମଣ୍ଡପ କୁ ଅଣାଯାଇଥିଲା।ଶ୍ରୀ ବଳଭଦ୍ର ଙ୍କୁ ୩୩ଗରା ,ଶ୍ରୀ ଜଗନ୍ନାଥ ୩୫ଗରା,ଦେବୀ ସୁଭଦ୍ରା ୨୨ଗରା, ଶ୍ରୀ ସୁଦର୍ଶନ ୧୮ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା।ତା ପରେ ମହାପ୍ରଭୁ ଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା।ହାତୀ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ। ଏଥିରେ ମୁଖ୍ୟ ପୂଜକ ଭାବରେ ବିଶେଶ୍ଵର ପାଢୀ ଓ ଗୁଣାକର ପଣ୍ଡା କାର୍ଯ୍ୟ ତୁଳାଇଥିବା ବେଳେ ଦେବାର୍ଚ୍ଚନ ଦାଶ ଯଜ୍ଞ କାର୍ଯ୍ୟ ତୁଲାଇଥିବା ବେଳେ ଶ୍ରୀରାମ ପଣ୍ଡା, ବଦ୍ରିନାରାୟଣ ଶତପଥୀ, ଆଚାର୍ଯ୍ୟ ନନ୍ଦ ବେଦପାଠ କରିଥିଲେ।ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ଶ୍ରୀଜୀଉଙ୍କ ପ୍ରଭୁ କୃପା ସାଉଁଟିଥିଲେ।