-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
22-Jun-2024
ପାଟଣାଗଡ(ପୂର୍ଣ ଶଶୀ ଶେଖର ରାଓ): ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଆଜି ପାଟଣାଗଡ ବ୍ଲକ ଅନ୍ତର୍ଗତ ବାଞ୍ଜିଝାଳ ଗାଁ କୁ ଯାଇ ରୁଲର ଚାପlରେ ମୃତ୍ୟୁବରଣ କରିଥିବା ଆଦିବାସୀ ଶିଶୁ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ଓ ଆକାଶ ବରିହାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ରାସ୍ତା ନିର୍ମାଣ କାର୍ଯ୍ୟରେ ଶିଶୁ ଶ୍ରମିକ ନିଯୁକ୍ତି ଘଟଣା ବିଷୟରେ ତଦନ୍ତ କରି ଠିକାଦାର ଏବଂ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଂସଦ ଶ୍ରୀ ବିଶି ପରାମର୍ଶ ଦେଇଥିଲେ l ସେହିପରି ଠିକାଦାରକୁ କଳା ତାଲିକାଭୁକ୍ତ କରିବା ପାଇଁ ସାଂସଦ ଶ୍ରୀ ବିଶି ଫୋନ ଦ୍ୱାରା ନିର୍ଦ୍ଦେଶ ଦେଇଥିଲେ l ତଦାରଖ କାର୍ଯ୍ୟରେ ଅବହେଳା କରିଥିବା ଠିକାଦାର, ଯନ୍ତ୍ରୀ, କର୍ମଚାରୀ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଂସଦ ଶ୍ରୀ ବିଶି ପୋଲିସ କର୍ତ୍ତୃପକ୍ଷଙ୍କୁ
ଫୋନ ଦ୍ୱାରା ଅବଗତ କରିଥିଲେ l ସୂଚନାଯୋଗ୍ୟ ଯେ ବେଲପଡା ବ୍ଲକ ମଣ୍ଡଳ ମୁଣ୍ଡୋମହୁଲ ରାସ୍ତା ନିର୍ମାଣରେ କାର୍ଯ୍ୟରତ ଆଦିବାସୀ ଶିଶୁ ଶ୍ରମିକ ଆକାଶ ବରିହାର ରୋଲର ଚାପlରେ ମୃତ୍ୟୁ ଘଟିଥିଲା l ଘଟଣାସ୍ଥଳରୁ ଆକାଶକୁ ବେଲପଡା ଡାକ୍ତରଖାନାକୁ ଅଣାଯାଇଥିଲା l ସେଠାରେ ଡାକ୍ତର ଆକାଶକୁ ମୃତ ଘୋଷଣା କରିଥିଲେ l କଦମ ବରିହା କଣ୍ଟାବାଞ୍ଜିରୁ ବେଲପଡା ଆସି ଥାନାରେ ଅଭିଯୋଗ କରିଥିଲେ l ପାଟଣାଗଡ଼ ବ୍ଲକ ବାଞ୍ଜିଝାଳ ଗାଁ ର କଦମ ବରିହାଙ୍କ ଏକମାତ୍ର ପୁଅ ଆକାଶ ବରିହା l ବୟସ ୧୬ କି ୧୭ ହେବ l କଦମ ବରିହା ମଧ୍ୟ ନିର୍ମାଣ ଶ୍ରମିକ l ଘଟଣା ଦିନ କଣ୍ଟାବାଞ୍ଜି ପାଖରେ ରାସ୍ତା କାମ କରୁଥିଲେ l ଖବର ପାଇବା ପରେ
କଣ୍ଟାବାଞ୍ଜିରୁ ବସ ରେ ବେଲପଡା ଆସିଥିଲେ l ଉକ୍ତ ରାସ୍ତା କାର୍ଯ୍ୟ ଠିକାଦାର ପୃଥ୍ୱୀରାଜ ପାତ୍ର ଶ୍ରମିକ ଲଗାଇ କରୁଥିଲେ l ସାଂସଦଙ୍କ ସହିତ କେରବେଡା ସରପଞ୍ଚ ଶ୍ରୀମତୀ ଜୟନ୍ତୀ ବାଗ, ଆଦିବାସୀ ନେତା ଆନନ୍ଦ ବରିହା, ଶ୍ୟାମ ବରିହା, ବିକ୍ରମ ସିଂ ବରିହା, ଭୁପାଳ ସିଂ ବରିହା, ଭକ୍ତ ବରିହା,ସୁକାନ୍ତ ବରିହା, କପୁରଚନ ବାଗ, ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସାଧାରଣ ସମ୍ପାଦକ ସାରଥୀ ବାଗ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ l