-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
20-Jun-2024
କର୍ଲାମୁଣ୍ଡା(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ ଜୋରାଡବରା ଛକ ଠାରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ଅଘଟଣରେ ଜୈନେକ ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନିଆଁ ରେ ପୋଡି ପାଉଁଶ ହୋଇଥିବା ତହସିଲଦାରଙ୍କ ଠାରେ ଲିଖିତ ଭାବେ ଜଣେଇଛନ୍ତି। ସୂଚନା ମତେ କୁମର ସାହୁଙ୍କ ଘରେ ମଙ୍ଗଳବାର ସନ୍ଧ୍ୟାରେ ଗ୍ୟାସ ଲିକ ଯୋଗୁଁ ଘରେ ଥିବା ନଗଦ ୬୦ ହଜାର ଟଙ୍କା, ଫ୍ରିଜ,ଇନଭେଟର, ଗୋଟିଏ କୁଳର, ଗୋଟିଏ ଟିଭି ,ତିନିଟି ଫ୍ୟାନ , ତିନିଟି ଡାଇନିଙ୍ଗ ଟେବୁଲ, ୧୨ ଟି ଚୌକି, ଗୋଟିଏ ଗ୍ରାଇଣ୍ଡର ତଥା ଚାଉଲ, ଡାଲି ସମେତ କପଡ଼ା ଗୁଡିକ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଥିବା କୁମର ସାହୁ କହିଛନ୍ତି।ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଏ ନେଇ କର୍ଲାମୁଣ୍ଡା ତହସିଲଦାର ଅରୁଣ ବର୍ଗେ ଙ୍କୁ ପଚାରିବାରୁ ସେଠାକାର ରାଜସ୍ୱ ନିରୀକ୍ଷକଙ୍କୁ ନିର୍ଦେଶ ଦିଆ ଯାଇଛି, ସେ ତଦନ୍ତ କରି ରିପୋର୍ଟ ଦେବାପରେ ପରେ ଆମ ଦ୍ୱାରା ଯାହା ହେଇପାରିବ ସହଯୋଗ କରିବୁ ବୋଲି କହିଛନ୍ତି। ଅନ୍ୟ ପଟେ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।