-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
20-Jun-2024
କର୍ଲାମୁଣ୍ଡା (ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଭା ଗୃହ ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ,ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ବିଡିଓ ମଣ୍ଟୁ ଖମାରୀ,ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୋଧୁରୀ ପ୍ରମୁଖ ଯୋଗ ଦେଇଥିଲେ। ଶିବିର ରେ ପଞ୍ଚାୟତ ପ୍ରତିନିଧି ଓ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିବା ବେଳେ ବ୍ଲକ ର କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଉପସ୍ଥିତ ନ ରହିବା ଦୁର୍ଭାଗ୍ୟ ର ବିଷୟ ବୋଲି ବୁଦ୍ଧି ଜୀବୀ ମହଲରେ ଆଲୋଚନା ହେଉଛି l ପ୍ରକାଶ ଥାଉକି ଏହି ଶିବିରରେ ମୁଖ୍ୟତଃ ମନରେଗା, ରାସନ କାର୍ଡ ଓ ପ୍ରଧାନମନ୍ତ୍ରୀ ସୁ ପୋଷଣ ଉପରେ ଶୁଣାଣି ହେବାର କାର୍ଯ୍ୟକ୍ରମ ରହିଥିଲାl କାର୍ଯ୍ୟକ୍ରମ ରେ ଏସିପି ବିକାଶ ନାୟକ,ଏପିଓ ଲିଜା ବରିହା ଙ୍କ ସମେତ ସମସ୍ତ ଗ୍ରାମ୍ୟ ସମ୍ବଳ ବ୍ୟକ୍ତି,ଏକାଉଣ୍ଟାଣ୍ଟ କମ ଡିଇଓ ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।