-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||     

HOME   ଜିଲ୍ଲା

ସିନ୍ଧେକେଲା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସହ ବିଭିନ୍ନ ଗ୍ରାମରେ ଯାଇ ଲୋକଙ୍କ ସମସ୍ୟା ବୁଝିଲେ ନବ ନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ

17-Jun-2024



ସିନ୍ଧେକେଲା(ଦୀନେଶ ଜୈନ): କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ୧୬ ହଜାରରୁ ଉର୍ଦ୍ଧ୍ବ ଭୋଟରେ ପରାସ୍ତ କରି ବିଧାୟକ ହୋଇ ରାଜ୍ୟରେ ଚର୍ଚ୍ଚିତ ହୋଇଥିବା ଗ୍ରାମୀଣ ବାସିନ୍ଦା ସାଧାରଣ ବ୍ୟକ୍ତି ଗାଁ ମାଟିର ପୁଅ ଲକ୍ଷ୍ମଣ ବାଗ ତାଙ୍କର ପ୍ରଥମ ଗସ୍ତରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ବୁଝିବା ଉଦ୍ଦେଶ୍ୟରେ ସିନ୍ଧେକେଲା ପହଞ୍ଚିଥିଲେ । ସର୍ବପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ୱାରସେହ୍ନି ମନ୍ଦିର ପହଞ୍ଚି ଦେବୀଙ୍କ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ସମ୍ପର୍କରେ ଚର୍ଚ୍ଚା କରିଥିଲେ । ସେଠାରୁ ସିନ୍ଧେକେଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କରିଯିବା ମଝିରେ କିଛି ବିଶେଷ ବ୍ୟକ୍ତି ତାଙ୍କୁ ବଜାଗଜା ଓ ଫୋଟକା ଫୋଡି ତଥା ମାଲ୍ୟାର୍ପଣ ସହ ସମ୍ଭର୍ଦ୍ଧିତ କରିଥିଲେ । ପୋଲିସ ଷ୍ଟେସନ ମଝିରେ ପଡୁଥିବାରୁ ସେଠାରେ କିଛି ସମୟ ପାଇଁ ଅଟକି ଥାନାଧିକାରୀ ବସନ୍ତ ଦଳାଇଙ୍କ ସହିତ ଅଞ୍ଚଳର ସମସ୍ୟା ଉପରେ ଆଲୋଚନା କରି ଥାନାରେ ଅଭିଯୋଗ କରି ଆସୁଥିବା ବ୍ୟକ୍ତିଙ୍କ ସହ ଉତ୍ତମ ବ୍ୟବହାର କରିବା ସହ ଛୋଟମୋଟ ଘଟଣାକୁ କେଶ ନ ପଠାଇ ଏଠାରେ ସମାଧାନ କରିବାକୁ  ପରାମର୍ଶ ଦେଇଥିଲେ । ସେଠାରୁ ସିଧାସଳଖ ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚି ରୋଗୀସେବା ତଦାରଖ କରିଥିଲେ ।ୱାଡ଼ ୱାଡ଼ ବୁଲି ରୋଗୀଙ୍କ ନିକଟରେ ପହଞ୍ଚି ତାଙ୍କ ସମସ୍ୟା ସମ୍ପର୍କରେ ବୁଝିଥିଲେ । ରୋଗୀମାନେ ଗରମରେ ଛଟପଟ ହେଉଥିବା ଦେଖି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଜୟନ୍ତ ବାଗ ଙ୍କ ସହିତ ସାକ୍ଷାତ କରି କୁଲର ଗୁଡ଼ିକୁ ସଚଳ କରି ସେଥିରେ ପାଣି ଭରି ଚଳାଇ ରୋଗୀଙ୍କୁ ଗରମରୁ ଆଶ୍ୱସ୍ତି ଦେବା ପାଇଁ କହିଥିଲେ। ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ୱେଟିଙ୍ଗ ହଲ ନଥିବା ଦେଖି ଉକ୍ତ ବ୍ୟବସ୍ଥା କରିବା ପାଇଁ କହିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ପାନୀୟ ଜଳ, ଶୌଚାଳୟ ସହ ବିଭିନ୍ନ ସମସ୍ୟା ଉପରେ ସଭା ଗୃହରେ ବସି ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଏଠାରେ ବିଶେଷଜ୍ଞ ଡାକ୍ତର ନଥିବା ଜାଣି କ୍ଷୋଭ ପ୍ରକାଶ କରିଥିଲେ। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ କେତେ ଡାକ୍ତର କେତେ ବିଭିନ ବିଭାଗର କର୍ମଚାରୀ ଅଛନ୍ତି ଓ କଣ କଣ ସମସ୍ୟା ଅଛି ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କହିଥିଲେ। ବିଧାୟକ ଶ୍ରୀ ବାଗ ତାଙ୍କ ମନ୍ତବ୍ୟରେ  ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନିକଟରେ ଏଠାରେ ଜ୍ଞାନିକ, ଶିଶୁ ଓ  ମେଡ଼ିସିନ ବିଶେଷଜ୍ଞ ଡାକ୍ତରର ଆବଶ୍ୟକତା କୁ ପୂରଣ କରିବା ସହ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ତାଙ୍କର ମୋହନ ସରକାର ତଥା ଡବଲ ଇଞ୍ଜିନ ସରକାରଙ୍କୁ ଜଣାଇ ସ୍ୱାସ୍ଥ୍ୟସେବାର ବିକାଶ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଏଠାରେ ଆସୁଥିବା ଲୋକଙ୍କୁ ସେମିତି ଜାଗା ମାନଙ୍କରେ ଛେପ ଆଦି ନ ପକାଇ ସୁରକ୍ଷିତ ରହିବା ପାଇଁ ଅନୁରୋଧ କରିଥିଲେ ।  ସିନ୍ଧେକେଲା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ପରେ ଉକ୍ତ ଜୋନର ଗନ୍ଧର୍ଲା, ତୁରେକେଲା, ଶ୍ରୀରାମ, ଜାମଖୁଣ୍ଟା, ଜାମପଡ଼ା, କାଳକୂଟ, ବରକାନି, ମାଲପଡା, ଝିଙ୍କିପଡା, ବଠରଲା, ଟିଟିଗାଁ, ଗଞ୍ଜିଆପଡ଼ା, ଭୂର୍ଷାଗୁଡା, କୁର୍ଲୁଭଟା , ଚିନ୍ଦାଗୁରା, ଚାନ୍ଦୋତରା ଆଦି ଗ୍ରାମରେ ବିଧାୟକ ପହଞ୍ଚି ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ । ବିଧାୟକଙ୍କ ଗସ୍ତରେ ସିନ୍ଧେକେଲା ବିଜେପି ମଣ୍ଡଳ ସଭାପତି ମୁନିବର ନାଗ, ସମ୍ପାଦକ କହ୍ନେୟା ଜୈନ, ପରମା ସାହୁ, ହେମନ୍ତ ସାହୁ, ନୌରାଜ ରଣା, ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ଜୈନ, ବଣିକ ସଙ୍ଘ ସହ ସମ୍ପାଦକ ଅନିଲ ତ୍ରିପାଠୀ, ଝରିଆଲ ସରପଞ୍ଚ ଭାରଦ୍ୱାଜ ଗହୀର, ମାରୱାଡ଼ି ଯୁବାମଞ୍ଚ ସଭାପତି ଅମିତ ଜୈନ, ପପୁ ସାହୁ, ଜଗନ୍ନାଥ ବେହେରା, ନିରାକାର ରଣା, ମୋତି ତ୍ରିପାଠୀ, ଜୟନ୍ତ ପ୍ରଧାନ ପ୍ରମୁଖଙ୍କ ସହ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ । ଏହି ଅବସରରେ ସିନ୍ଧେକେଲା ସମେତ ସମସ୍ତ ଗ୍ରାମରେ ବିଧାୟକଙ୍କୁ ପୁଷ୍ପମାଲ୍ୟ ସହ ସ୍ୱାଗତ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   11-Oct-2026
  ଜିଲ୍ଲା  
ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026

You Might Also Like