-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ସହର ରେ ଚଳିତ ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

13-Jun-2024



ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ସହର ରେ ଚଳିତ ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ନିମନ୍ତେ ଦେବୋତ୍ତର ଅଧିକାରୀ ତଥା ଉପ-ଜିଲ୍ଲାପାଳ ସୋନପୁର ଶ୍ରୀ ସୁରଜ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଐତିହାସିକ ପୃଷ୍ଠଭୂମି ସହ ଜଡିତ ସୋନପୁର ସହର ସ୍ଥିତ ଶ୍ରୀ ଜୀଉ ଙ୍କ ରଥଯାତ୍ରା ଆସନ୍ତା ମାସ ୦୭ ତାରିଖରେ ଅନୁଷ୍ଠିତ ହେବ l ଏହିପରିପ୍ରେକ୍ଷୀର ସୋନପୁର ଦେବୋତ୍ତର ବିଭାଗ ତତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ଗଡ଼ଭିତର ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମାଁ ସୁଭଦ୍ରା ଙ୍କ ରଥଯାତ୍ରା ସହ ରାୟଗୁରୁ ପଡ଼ା ଶ୍ରୀଶ୍ରୀ ବୃନ୍ଦାବନ ବିହାରୀ ମନ୍ଦିର ସ୍ଥିତ ଶ୍ରୀ ଜଗନ୍ନାଥ, ଓ ଘୋଡ଼ାଘାଟ ପଡ଼ା ସ୍ଥିତ ଦଧିବାମନ ଜୀଉ ଙ୍କ ରଥ ଯାତ୍ରା କୁ ଶାନ୍ତି ଶୃଙ୍ଖଳା ତଥା ସମସ୍ତଙ୍କ ସହଯୋଗ ରେ ପାଳନ କରିବା ଉପରେ ବିଶେଷ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା l ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ସୋନପୁର ଶ୍ରୀ ପଟ୍ଟନାୟକ ବୈଠକ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଚଳିତ ରଥଯାତ୍ରା କୁ ଯେପରି ସରସ ସୁନ୍ଦର ତଥା ବ୍ୟବସ୍ଥିତ ଭାବରେ ଅନୁଷ୍ଠିତ କରାଯାଇପାରିବ ସେଥିପାଇଁ ଉପସ୍ଥିତ ସମସ୍ତ କମିଟି ସଦସ୍ୟ, ବିଭିନ୍ନ ବିଭାଗୀୟ ଅଧିକାରୀ, ସେବାୟତ ମୁଖ୍ୟ, ବୁଦ୍ଧିଜୀବୀ ଙ୍କ ମତାମତ ଆହ୍ୱାନ କରିଥିଲେ l ଏହି ପରିପ୍ରେକ୍ଷୀରେ ସହରରେ ଦେବୋତ୍ତର ତତ୍ୱାବଧାନ ରେ ଅନୁଷ୍ଠିତ ହେଉଥିବା ଶ୍ରୀଜୀଉ ଙ୍କ ୫ଗୋଟି ରଥ ର ସ୍ଥିତି ଉପରେ ଆଲୋଚନା ହୋଇଥିବା ବେଳେ ସମୟ ପୂର୍ବରୁ ସମସ୍ତ ରଥର ପ୍ରସ୍ତୁତି କୁ ସୁନିଶ୍ଚିତ କରାଯିବ ଉପରେ ନିଷ୍ପତି ଗ୍ରହଣ କରାଗଲା l ରଥ ନିର୍ମାଣ ନିମନ୍ତେ ଜିଲ୍ଲା ବନବିଭାଗ, ତହସିଲଦାର ପ୍ରଭୁତି ଆବଶ୍ୟକ ସହଯୋଗ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି l ରଥ ଯାତ୍ରା ସମୟରେ ଶ୍ରୀଜୀଉ ଙ୍କୁ ଲାଗିହେଉଥିବା ସ୍ବର୍ଣ୍ଣ ଓ ରୁପା ଅଳଙ୍କାର ଗୁଡିକୁ ମଧ୍ୟ ଯାଞ୍ଚ କରାଯାଇ ଆବଶ୍ୟକ ବ୍ୟବହାର ଯୋଗ୍ୟ କରିବାକୁ ସଦସ୍ୟ ବୃନ୍ଦ ମତାମତ ପ୍ରଦାନ କରିଛନ୍ତି l ରଥଖଳା ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତା ର ଉଭୟ ପାର୍ଶ୍ଵକୁ ଜବରଦଖଲ ମୁକ୍ତ କରିବା ସହ ପରିମଳ ବ୍ୟବସ୍ଥା କୁ ନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି l ପୁନଶ୍ଚ ରଥ ଟଣା ଦିନଗୁଡ଼ିକରେ ରାସ୍ତାରେ ଅତିକ୍ରମଣ ହୋଇଥିବା ବିଦ୍ୟୁତ ତାର ଅପସାରଣ ନିମନ୍ତେ ବିଦ୍ୟୁତ ବିଭାଗ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି l ତା 0୭/୦୭/୨୪ ଦିନ ଅପରାହ୍ନ ୦୫ ଘଂ ସମୟରେ ଶ୍ରୀଜିଉଁ ଙ୍କ ପହଣ୍ଡି ଆରମ୍ଭ ହୋଇ  ରଥାରୁଢ଼ ହେବେ l ରଥଯାତ୍ରା ଦିନ ରଥଖଳା ସଂଲଗ୍ନ ପାରିପାର୍ଶ୍ୱରେ ଥିବା ଆମିଷ ଦୋକାନ, ମଦ ଦୋକାନ ପ୍ରଭୁତି କୁ ବନ୍ଦ ରଖିବା ଉପରେ ଦେବୋତ୍ତର ଅଧିକାରୀ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି l ରଥଯାତ୍ରା ନିମନ୍ତେ ବିଶେଷ ନିୟୋଗୀ ବୃନ୍ଦ ନିଜ ନିଜର ଦାୟିତ୍ୱ କୁ ସୁ ସମ୍ପାଦନ କରିବାକୁ ବୈଠକରେ ଅନୁରୋଧ କରାଯାଇଛି l ରଥଯାତ୍ରା ପୂର୍ବରୁ ମନ୍ଦିର ଗୁଡିକରେ ଆବଶ୍ୟକ ରଙ୍ଗ ଲଗାଇବା ସହ ମରାମତି ପ୍ରଭୁତି କାର୍ଯ୍ୟକୁ ନିଶ୍ଚିତ କରାଇବାକୁ କମିଟି ସଦସ୍ୟ, ସେବାୟତ ପ୍ରଭୁତି ଦେବୋତ୍ତର ଅଧିକାରୀଙ୍କୁଅନୁରୋଧ କରିଛନ୍ତି l ରଥଯାତ୍ରା ଓ ବାହୁଡା଼ ଦିନ ସହ ଅନ୍ୟାନ୍ୟ ନୀତିକାନ୍ତି ଦିନଗୁଡ଼ିକରେ ଶାନ୍ତି ଶୃଙ୍ଖଳା, ଆଲୋକୀକରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶ୍ରୀ ଜିଉଁଙ୍କ ନୀତି କାନ୍ତି କୁ ଵିଧି ମୁତାବକ ସମ୍ପାଦନ କରିବା ଉପରେ ବିଭିନ୍ନ ସମ୍ପୃକ୍ତ ଅଧିକାରୀ, ଛତିଶ ନିୟୋଗ ସେବାୟତ ମୁଖ୍ୟ, ପୂଜକ, ତଥା କମିଟି ସଦସ୍ୟ ସଦସ୍ୟା ପ୍ରଭୁତି ନିଜ ନିଜର ଦାୟିତ୍ୱ କୁ ସୁ ସମ୍ପାଦନ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି l ଏହି ବୈଠକରେ ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସୀ ତମସ୍ମିତା ନାଏକ, ଉପ ଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରତାପଚନ୍ଦ୍ର ତ୍ରିପାଠୀ, ବନାଞ୍ଚଳ ଅଧିକାରୀ, ପୌରପରିଷଦ ନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସମେତ ଦେବୋତ୍ତର କମିଟି ଓ ରଥଯାତ୍ରା କମିଟିର ସଦସ୍ୟ ସଦସ୍ୟା, ଛତିଶ ନିୟୋଗ ସେବାୟତ ମୁଖ୍ୟ, ପୂଜକ ସମାଜ, ବୁଦ୍ଧିଜୀବୀ, ସାମ୍ବାଦିକ ତଥା ସମ୍ପୃକ୍ତ ବିଭିନ୍ନ ଅଧିକାରୀ, ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ମନୋଜ କାର୍ଜି ଡେପୁଟି କଲେକ୍ଟର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର   13-Oct-2026
  ଜିଲ୍ଲା  
ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   13-Oct-2026
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026

You Might Also Like