-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||     

HOME   ଜିଲ୍ଲା

ଅପେକ୍ଷାର ଅନ୍ତ ଘଟିଲା, ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର

13-Jun-2024



ପୁରୀ (ପ୍ରେରଣା ଖବର ): ସବୁ ପ୍ରତିକ୍ଷାର ଘଟିଲା ଅନ୍ତ, ଯାହାକୁ ଏ ଆଖି ଦେଖିବାକୁ ଚାହୁଁଥିଲା, ଯାହାକୁ କୋଟି କୋଟି ଓଡ଼ିଆ ଅପେକ୍ଷା କରିଥିଲେ ସେଇ ମୁହୂର୍ତ୍ତ ଆସି ପହଞ୍ଚିଛି। ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର । ନୂତନ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଲା ଦ୍ବାର । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ହଟିଲା । ସକାଳ ମଙ୍ଗଳ ଆଳତି ସମୟରେ ୪ ଦ୍ବାର ଖୋଲିଲା । ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ ।କରୋନା ମହାମାରୀ ପରଠୁ ବନ୍ଦ ଥିବା ବ୍ୟବସ୍ଥାକୁ ଖୋଲିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବସିଥିବା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା। ଯାହାକୁ ନିର୍ବାଚନ ପ୍ରଚାର ବେଳେ କହିଥିଲା ବିଜେପି, ଦାୟିତ୍ବ ଗ୍ରହଣ କରିବାର ଘଣ୍ଟା କେଇଟା ମଧ୍ୟରେ ସେ ନେଇ ନିଷ୍ପତ୍ତି ନିଆ ହୋଇଛି। ଗତକାଲି ରାତିରେ ହିଁ ମନ୍ତ୍ରିପରିଷଦ ଆସି ପୁରୀରେ ପହଞ୍ଚିଥିଲେ । ମଙ୍ଗଳ ଆଳତୀ ପରେ ଶ୍ରଦ୍ଧାଳୁଙ୍କ ପାଇଁ ୪ ଦ୍ବାରକୁ ଖୋଲି ଦିଆଯାଇଛି ।

ବନ୍ଧା ପଡ଼ିଥିଲା ଧାର୍ମିକ ବିଶ୍ବାସ। ଶ୍ରୀମନ୍ଦିର ୪ ଦ୍ବାର ଖୋଲାନଯିବା ଯୋଗୁଁ ଅକଥନୀୟ ଯନ୍ତ୍ରଣା ଭୋଗୁଥିଲେ ଅଗଣିତ ଶ୍ରଦ୍ଧାଳୁ। ନଜରପକାନ୍ତୁ କିଭଳି ଥିଲା ୪ ଦ୍ବାର ଘଟଣାକ୍ରମ...

-କୋଭିଡ୍ ପୂର୍ବରୁ ଶ୍ରୀମନ୍ଦିର ୪ ଦ୍ବାର ଭକ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ଉନ୍ମୁକ୍ତ ଥିଲା
-ଧର୍ମ, ଅର୍ଥ, କାମ, ମୋକ୍ଷର ଧାର୍ମିକ ବିଶ୍ବାସ ରଖି ଭକ୍ତ ଶ୍ରୀମନ୍ଦିର ଯାଉଥିଲେ
-କୋଭିଡ୍ ବେଳେ ଭକ୍ତଙ୍କ ପାଇଁ ୪ ଦ୍ବାର ବନ୍ଦ କରିଥିଲେ ନବୀନ ସରକାର
-୨୦୨୧ ନଭେମ୍ବର ୨୪ରେ ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ପରେ ବନ୍ଦ ହେଲା ୩ ଦ୍ବାର
-୨୦୨୨ ଫେବୃଆରୀ ୩ରେ କେବଳ ସିଂହଦ୍ବାରରେ ପ୍ରବେଶ ନିଷ୍ପତ୍ତି ନେଲେ ରାଜ୍ୟ ସରକାର
-କେବଳ ସିଂହଦ୍ବାର ବାଟେ ଭକ୍ତଙ୍କୁ ଛଡ଼ାଯିବାରୁ ଅକଥନୀୟ ଯନ୍ତ୍ରଣା ଭୋଗିଲେ ଭକ୍ତ
-ସବୁଠୁ ବେଶୀ କଲବଲ ହେଲେ ପୁରୀ ବାସିନ୍ଦା ଓ ମଠ ମନ୍ଦିର ଅନ୍ତେବାସୀ
-ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବା ଦାବିରେ ଆରମ୍ଭ ହେଲା ଆନ୍ଦୋଳନ ଓ ବିକ୍ଷୋଭ
-ପୁରୀ ବାସିନ୍ଦା, ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳଙ୍କ ପକ୍ଷରୁ ଚାଲିଲା ବନ୍ଦ ପାଳନ
-୨୦୨୩ ଜୁଲାଇ ୨୪ରେ କେବଳ ସେବାୟତ ଓ ପୁରୀ ବାସିନ୍ଦାଙ୍କ ପାଇଁ ଖୋଲିଲା ପଶ୍ଚିମ ଦ୍ବାର
-ସିଂହଦ୍ବାର ପଟେ ବ୍ୟାରିକେଡ୍ ଯନ୍ତ୍ରଣା ଭୋଗିଲେ ବୃଦ୍ଧ, ମହିଳା, ଶିଶୁ ଓ ଦିବ୍ୟାଙ୍ଗ
-ପରିକ୍ରମା ପ୍ରକଳ୍ପ ଆଳରେ ୩ବର୍ଷ ଧରି ବନ୍ଦ ରହିଲା ଭକ୍ତଙ୍କ ପାଇଁ ୪ ଦ୍ବାର ପ୍ରବେଶ
-୨୦୨୪ ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ବି ଖୋଲିଲାନି ସବୁ ଦ୍ବାର
-ପଶ୍ଚିମ ଦ୍ବାରବାଟେ ଲାଞ୍ଚ ନେଇ ଭକ୍ତଙ୍କୁ ଛଡ଼ା ଯିବାର ଭିଡ଼ିଓ ଭାଇରାଲ୍ ହେଲା
-ଶ୍ରୀମନ୍ଦିର ସେବାୟତ ଓ ପରିଚାଳନା କମିଟି ସଭ୍ୟ ବି ୪ ଦ୍ବାର ଖୋଲିବାକୁ ଦାବି କଲେ
-ରାଜ୍ୟ ସରକାର ଏତେ ସବୁ ଜାଣି ବି ଅଜଣା ରହିଲେ, ଭକ୍ତ ଯନ୍ତ୍ରଣା ଭୋଗିଲେ l
-ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଖରୁ ସିଂହଦ୍ବାର ଯାଏଁ ତିଆରି ହେଲା ଦୀର୍ଘ ଏସି ସେଡ୍ l
-ତଥାପି ସେ ବାଟେ କାଳିଆ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିଲା l

-ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମ କ୍ୟାବିନେଟ୍ ବୈଠକରେ ହେଲା ବଡ଼ ନିଷ୍ପତ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   13-Oct-2026
  ଜିଲ୍ଲା  
ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   13-Oct-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର   13-Oct-2026
  ଜିଲ୍ଲା  
ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   13-Oct-2026
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026

You Might Also Like