-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   (14-Oct-2026)       ||      ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   (14-Oct-2026)       ||      ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   (14-Oct-2026)       ||      ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||     

HOME   ଜିଲ୍ଲା

ଅଣସାମ୍ବାଦିକ ଲାଲେଲାଲ୍, ସାମ୍ବାଦିକ ପାଇଁ ମହାକାଲ

09-Jun-2024



ବଲାଙ୍ଗୀର(ମହେନ୍ଦ୍ର ଦର୍ଜି): ଅନେକ ଯୁବକ ଚାକିରି ନ ପାଇ ସାମ୍ବାଦିକତାକୁ ବୃତ୍ତି ଭାବେ ଆପଣେଇ ନେଇଥିବା ବେଳେ ସାମ୍ବାଦିକତା କାହାପାଇଁ ନିଶା ତ କାହାପାଇଁ ପେଶା ହୋଇଛି।ନିଜକୁ ସାମ୍ବାଦିକ ବୋଲାଉଥିବା କିଛି ଅଣସାମ୍ବାଦିକ ଚାଟୁକାର ନିଜର ପ୍ରତିପତ୍ତି ବିସ୍ତାର କରିବା ପାଇଁ ଏଭଳି ଏକ ମହତ୍ ପେଶା ହେଉ କି ନିଶାକୁ ନିଜର ବ୍ୟବସାୟ ଭାବେ ଆପଣେଇ ନେଇଛନ୍ତି।ଯଦ୍ୱାରା ପ୍ରକୃତ ସାମ୍ବାଦିକକୁ ହଟହଟା ହେବାକୁ ପଡୁଛି।ସାମ୍ବାଦିକତାର ପବିତ୍ରତାକୁ କିଛି ଅଣସାମ୍ବାଦିକ ଚିଲ ଶାଗୁଣା ଭଳି ଖୁମ୍ପି ଚାଲିଛନ୍ତି। କିଛି ବ୍ୟବସାୟିକ ଗୋଷ୍ଠୀ ସାମ୍ବାଦିକତାକୁ ଆଳକରି ଫାଇଦା ଉଠାଇ ନିଜର ବ୍ୟବସାୟକୁ ସୁଦୃଢ କରି ବସ୍, ଚାରିଚକିଆ ଗାଡ଼ି, ଜେସିବି, ରେଷ୍ଟୁରାଣ୍ଟ, ମିଲ କରି ପ୍ରତିପତ୍ତି ବିସ୍ତାର କରି ସାରିଲେଣି। ଏହା ସହ କିଛି ଅପରାଧୀ ମଧ୍ୟ ସାମ୍ବାଦିକତାକୁ ପାଥେୟ 

କରି ନିଜର ଅପରାଧ ଜଗତର ପଥକୁ ସୁଦୃଢ କରିବାକୁ ପଛାଉ ନାହାନ୍ତି। ଆଉ କିଛି ନିଜକୁ ସାମ୍ବାଦିକ ପରିଚୟ ଦେଇ ବିଭିନ୍ନ ରାଜନୀତି ଦଳ ସହ ମିଶି ସାମ୍ବାଦିକତାର ଦୃଷ୍ଟିଭଙ୍ଗୀକୁ ବିନାଶ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି। ବର୍ତମାନ ଏଭଳି ସାମ୍ବାଦିକ ମାନେ ଶାସକ ଗୋଷ୍ଠୀ, ଶାସନ ପ୍ରଶାସନର ପୁରୋଧା ସାଜିଥିବା ସାମ୍ବାଦିକ ଜଗତ ପାଇଁ ସଙ୍କଟ  ହୋଇ ସାରିଲାଣି। ପ୍ରକୃତ ସାମ୍ବାଦିକ ଜିଲ୍ଲା ପ୍ରଶାସନର ସୂଚନା ପାଇବାରୁ ବଞ୍ଚିତ ହେଉଥିବା ବେଳେ ତଥାକଥିତ ସାମ୍ବାଦିକ ସମସ୍ତ ସୂଚନା ପାଇ ନିଜକୁ ଆଗ ଧାଡ଼ିର ସାମ୍ବାଦିକର ପରିଚୟ ଦେବାରେ ପଛାଉ ନାହାନ୍ତି। କିଛି ଛଦ୍ମରୂପୀ ସାମ୍ବାଦିକଙ୍କ ପ୍ରଭାବ ସାମ୍ବାଦିକ ଜଗତରେ କୁପ୍ରଭାବ ପକାଇ ସାରିଲାଣି । ଆଜକୁ ୨୦ ବର୍ଷ ପୂର୍ବେ ସାମ୍ବାଦିକ ମାନେ ନିଜର ସମ୍ମାନକୁ ଜଗି ସାମ୍ବାଦିକତା କରୁଥିଲେ । ଯଦ୍ୱାରା ଜିଲ୍ଲାକୁ ଆସୁଥିବା ପ୍ରଶାସନିକ ଅଧିକାରୀ ମାନେ ସାମ୍ବାଦିକ ମାନଙ୍କୁ ଭେଟିବା ପାଇଁ ମିଟ ଦ ପ୍ରେସ ମାଧ୍ୟମରେ ସାମ୍ବାଦିକ ମାନଙ୍କ ସହ ପରିଚୟ ହେଉଥିଲେ । କିନ୍ତୁ ଏଇ କିଛି ବର୍ଷ ହେବ ବ୍ୟବସାୟିକ ସାମ୍ବାଦିକ ଗୋଷ୍ଠୀ ନିଜର ବ୍ୟବସାୟକୁ ସୁଦୃଢ ଏବଂ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାକୁ ଆସୁଥିବା ପ୍ରଶାସନିକ ଅଧିକାରୀଙ୍କୁ ଭେଟିବା ପାଇଁ ଫୁଲତୋଡା ଧରି ଅଧିକାରୀଙ୍କ ବାସଗୃହ ସମ୍ମୁଖରେ ଛିଡ଼ା ହୋଇ ସୌଜନ୍ୟତା ମୂଳକ ସାକ୍ଷାତ କରି ଆସୁଥିବା ଏକ ପ୍ରଥା ହୋଇସାରିଲାଣି । ଯଦ୍ୱାରା ପ୍ରଶାସନିକ ଅଧିକାରୀ ମାନଙ୍କ ଦୃଷ୍ଟିଭଙ୍ଗୀ ସାମ୍ବାଦିକ ମାନଙ୍କ ଉପରେ ଏକ ତିର୍ଯ୍ୟକ୍ ପ୍ରଭାବ ପକାଉଥିବା ପରିଲକ୍ଷିତ ହେଉଛି।କିଛି ଅଣସାମ୍ବାଦିକ ନିଜକୁ ସାମ୍ବାଦିକ ପରିଚୟ ଦେଇ ଜିଲ୍ଲାର ନେତା ମାନଙ୍କ ହାତବାରିଶି ହୋଇ ପ୍ରକୃତ ସାମ୍ବାଦିକ ମାନଙ୍କ ମାନ କ୍ଷୁର୍ଣ୍ଣ କରୁଥିବା ସାମ୍ବାଦିକ ଜଗତ ପାଇଁ ଏକ ଅଭିଶାପ ହୋଇଛି।ଯଦ୍ୱାରା କିଛି ନେତାଙ୍କ ସ୍ବାର୍ଥରେ ବାଧା ସୃଷ୍ଟି ହେଲେ ତଥା ତାଙ୍କ କିମ୍ବା ତାଙ୍କ ଅନୁଗତଙ୍କ ବିପକ୍ଷରେ ତଥ୍ୟ ସମ୍ବଳିତ ସମ୍ବାଦ ପ୍ରକାଶ ହେବା ପୂର୍ବରୁ ସାମ୍ବାଦିକକୁ ନାଲି ଆଖି ଦେଖାଇ ଧମକ ମଧ୍ୟ ମିଳୁଥିବା ଦେଖିବାକୁ ମିଳୁଛି। ସାମ୍ବାଦିକଙ୍କ ସହ ଜଡ଼ିତ ଥିବା ସରକାରୀ ଅଧିକାରୀ କିଛି ମାତ୍ରାରେ କମ୍ ନୁହନ୍ତି ।ଉକ୍ତ ଅଧିକାରୀ ସମ୍ବାଦପତ୍ର ମଧ୍ୟରେ ଛୋଟ ବଡ଼ ପାର୍ଥକ୍ୟ ଦର୍ଶାଇ ପାତର ଅନ୍ତର କରୁଥିବା ଯୋଗୁ ସାମ୍ବାଦିକ ଏକତାରେ ଫାଟ ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି।ଏଭଳି ହୀନ କାର୍ଯ୍ୟକଳାପକୁ ଅନେକ ସାମ୍ବାଦିକ ନିନ୍ଦା କରିବା ସହ ସାମ୍ବାଦିକ ମଧ୍ୟରେ ପାତର ଅନ୍ତର ନ କରିବା ପାଇଁ ଚେତାବନୀ ଦେଇଥିବା ଚର୍ଚ୍ଚା ହେଉଛି।ସାଲିସ ବିହୀନ ସାମ୍ବାଦିକତା କରୁଥିବା ସାମ୍ବାଦିକକୁ ସଦାସର୍ବଦା ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଅନେକ ସମୟରେ ମିଥ୍ୟା କେସ ଲଗାଇ ହନ୍ତସନ୍ତ କରି ସାମ୍ବାଦିକକୁ ତାର ପ୍ରକୃତ କାର୍ଯ୍ୟରୁ ବିଚ୍ୟୁତ କରାଯାଉଥିବା ଦେଖିବାକୁ ମିଳୁଛି । ଅନେକ ସମୟରେ ଅପରାଧୀ ମାନଙ୍କ ଆକ୍ରୋଶମୂଳକ ଅତର୍କିତ ଆକ୍ରମଣର ଶିକାର ହେଉଥିବା ବେଳେ ସାମ୍ବାଦିକର ପରିବାର ବିଷାଦରେ ଜୀବନଯାପନ କରୁଥିବା ଅତ୍ୟନ୍ତ ପରିତାପର ବିଷୟ। ସମାଜର ଜାଗ୍ରତ ପ୍ରହରୀ ବୋଲାଉ ଥିବା ସାମ୍ବାଦିକ ଉପରେ ସମସ୍ତଙ୍କ ନଜର।ସମସ୍ତଙ୍କ ପ୍ରଶ୍ନ ସାମ୍ବାଦିକ ମାନେ କରୁଛନ୍ତି କଣ ? ସମସ୍ତଙ୍କ ଚକ୍ଷ୍ୟୁଶୁଲ ହୋଇଛି ସାମ୍ବାଦିକ।ଏଥିପାଇଁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ସରକାରଙ୍କ ଠାରେ ବହୁବାର ଲିଖିତ ଜଣାଇ ଥିଲେ ମଧ୍ୟ ସରକାରଙ୍କ ସୁଦୃଷ୍ଟି ସାମ୍ବାଦିକ ମାନଙ୍କ ଉପରେ ପଡ଼ି ନାହିଁ।ବିଗତ ଦିନରେ ଅନେକ କାର୍ଯ୍ୟରତ ସାମ୍ବାଦିକ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ବେଳେ ଆକସ୍ମିକ ହେଉ କିମ୍ବା ଆକ୍ରମଣର ଶିକାର ହେଉଥିବା ପରିଲକ୍ଷିତ ହୁଏ।ଶୋକ ସଭା ଏବଂ ଫଟୋରେ ପୁଷ୍ପମାଲ୍ୟ ପରେ  ସାମ୍ବାଦିକ ର ପରିବାର କିଭଳି ଜୀବନ ଯାପନ କରୁଛନ୍ତି କେହି ଜାଣନ୍ତି ନାହିଁ । ସାମ୍ବାଦିକ ର ଖେତ୍ ନା ଖଳା,ହଲ ନା ହଲିଆ।ଅନେକ ସମସ୍ୟା ମଧ୍ୟରେ ପରିବାର ଗତି କରୁଥିବା ଦେଖିବାକୁ ମିଳୁଛି।ବ୍ୟବସାୟିକ ସାମ୍ବାଦିକ ଏବଂ ଅଣ ସାମ୍ବାଦିକ ନିଜକୁ ସାମ୍ବାଦିକ ପରିଚୟ ଦେଇ ବେଶ୍ ରୋଜଗାର କରି ତିନି ପିଢ଼ି ପର୍ଯ୍ୟନ୍ତ ଧନ ସାଇତି ରଖନ୍ତି।କଲମ ଧରି ଜାଣିଥିବା ଏବଂ ଛୋଟ ହେଉ କିମ୍ବା ବଡ଼ ହେଉ ,ଦୈନିକ ହେଉ କି ସାପ୍ତାହିକ ଅବା ପାକ୍ଷିକ ହେଉ ସତ୍ୟା ସତ୍ୟ ଉପରେ ଲେଖିବା ର ଦମ୍ ଥିବା ପ୍ରକୃତ ସାମ୍ବାଦିକ ସମ୍ବାଦ ନିଶାରେ ଆୟ ଏବଂ ପରିବାରକୁ ଭୁଲି ଯାଏ।ହେଣ୍ଡ ଟୁ ମାଉଥ ରେ ରହିଯାଏ ।ବିଗତ ଦିନରେ କରୋନାର କରାଳ ଛାୟା ସାରା ପୃଥିବୀକୁ ଗ୍ରାସ କରିଥିବା ବେଳେ ସାମ୍ବାଦିକ ନିଜର ତଥା ପରିବାରର ଚିନ୍ତା ନକରି କରୋନା ଯୋଦ୍ଧା ଭାବେ ସହିଦ ହୋଇଯାଇଥିବା ନଜିର ଅଛି।ଦିନ ରାତି ପରିଶ୍ରମ କରି ସମ୍ବାଦ ଅନ୍ୱେଷଣ କରୁଥିବା

ସାମ୍ବାଦିକ ଅନେକ ସମୟରେ ନେତା, ପୋଲିସ ଏବଂ ସ୍ୱାର୍ଥରେ ବାଧା ଆସୁଥିବା ବ୍ୟକ୍ତି ବିଶେଷଙ୍କ ପୁଞ୍ଜିଭୂତ ଅସନ୍ତୋଷ ଏବଂ ଆକ୍ରୋଶ ର ସମ୍ମୁଖୀନ ହେଉଥିବା ସଙ୍ଗେ ଅନେକ ଅଘଟଣର ଶିକାର ହେଉଥିବା ବିଗତ ଦିନ ମାନଙ୍କରେ ଦେଖିବାକୁ ମିଳିଛି।ପ୍ରକୃତ ଯୋଦ୍ଧା ସାମ୍ବାଦିକଙ୍କ ଠାରୁ ଶିକ୍ଷା ନେବା ସହ ନିଜର କଲମମୂନକୁ ସୁଦୃଢ କରି ପ୍ରତି ସମସ୍ୟାକୁ ଏକଜୁଟ ହୋଇ ମୁକାବିଲା କଲେ ସାମ୍ବାଦିକ ଏକତା ବଜାୟ ରହିବ। ଅଣସାମ୍ବାଦିକ, ସାମ୍ବାଦିକତା ଆଳରେ ବ୍ୟବସାୟ କରୁଥିବା ସାମ୍ବାଦିକ ଏବଂ ଚାଟୁକାର ସାମ୍ବାଦିକ ମଧ୍ୟ ଭୟରେ ରହିବେ।ଏଣୁ ବେଳ ଥାଉ ଥାଉ ବନ୍ଧ ବାନ୍ଧରେ ....।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା   14-Oct-2026
ସମ୍ବଲପୁର ଜିଲ୍ଲାର ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ନୂତନ ଡାକ୍ତର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ଶ୍ରେୟ; ଜିଲ୍ଲାପାଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମିତ୍ରଭାନୁ ଓ ଡା. ରାଜାରାମ   14-Oct-2026
  ଜିଲ୍ଲା  
ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ   14-Oct-2026
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026

You Might Also Like