-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
07-Jun-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର - ବିର ମହାରାଜପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଇଂ ରଘୁନାଥ ଜଗଦଲା ବିପୁଳ ଭୋଟ ରେ ବିଜୟୀ ହୋଇ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଗତ କାଲି ପ୍ରଥମ କରି ବିନିକା ସହର କୁ ପହଞ୍ଚିଥିଲେ। ଏହି ଅବସରରେ ବିନିକା ଠାରେ ଏକ ବିଜୟ ଶୋଭାଯାତ୍ରା ମହା ଆଡ଼ମ୍ବରରେ ବିଜେପି ପକ୍ଷରୁ ଅନଷ୍ଠିତ ହୋଇଥିଲା । ଏଥିପାଇଁ ସ୍ଥାନୀୟ ଯୋଗେଶ୍ବର ମନ୍ଦିରୁ ଠାରୁ ବିରାଟ ଶୋଭାଯାତ୍ରା ବାହାରି ବିନିକା ସହରରେ ଥିବା ମାଁ ଦୁର୍ଗାଙ୍କଠାରେ ପୂଜା ଅର୍ଚ୍ଚନା କରି ଏ ଅଞ୍ଚଳ ତଥା ନୂଆଁ ଓଡ଼ିଶା ର ବିକାଶ ଲାଗି ଶ୍ରୀ ଜଗଦଲା ମା ଙ୍କୁ ଆଶିର୍ବାଦ ଭିକ୍ଷା କରିଥିଲେ । ପରେ ସେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜନସାଧାଣଙ୍କ ସହଯୋଗ ଓ ଆଶିର୍ବାଦ ପ୍ରଦାନ ପାଇଁ ସମସ୍ତ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଆସନ୍ତା ପାଞ୍ଚ ବର୍ଷ ଆପଣମାନଙ୍କ ସାହର୍ଯ୍ୟ ସହଯୋଗ ଓ ଭଲ ପାଇବା ଲାଗି ରହିବା ସହ ସେବା କରିବାକୁ ସୁଯୋଗ ଦେଇଥିବାରୁ ଭୋଟର ମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଏଥିରେ ବିଜେପି ନେତା କର୍ମୀ ଓ ସାଧାରଣ ଜନତା ସାମିଲ ଥିଲେ l