-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
02-Jun-2024
କଟକ(ପ୍ରେରଣା ଖବର): କଟକ ସଦର ରାଉତରାପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ବୁଥ୍ ନଂ ୯୩ ରେ ଭୋଟ ଦେବାକୁ ଖରାରେ ଆସୁଥିବା ଭୋଟର ମାନଙ୍କୁ ବାଲୁଙ୍କେଶ୍ଵର ବିଦ୍ୟାପୀଠ ଦେଉଳିର ଝାନ୍ସୀରାଣୀ ଗାଇଡ୍ ଛାତ୍ରୀ ମାନଙ୍କ ଦ୍ଵାରା ଜଳଦାନ ସେବା ଶିବିର ପ୍ରଧାନ ଶିକ୍ଷୟତ୍ରୀ ସୁଲୋଚନା ଦାଶଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ଛାତ୍ରୀମାନେ ଜଳ ସହିତ ଦହିପାଣି ଲେମ୍ବୁ ସରବତ ପ୍ରଭୃତି ପ୍ରଦାନ କରୁଥିଲେ । ଏହି କାର୍ଯ୍ୟକ୍ରମକୁ ଦକ୍ଷ ସଂଗଠକ ପ୍ରାଧ୍ୟାପକ ଡଃ.ସେକ୍
କଲିମୁଲ୍ଲା, ବେଣ୍ଟକାର ଥାନାର ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା, ଆୟୁବ୍ ଖାଁ, ସେକ୍ ଓବେଦୁଲ୍ଲା, ପ୍ରକାଶ ମାଝୀ, ମିର୍ଜା ଇର୍ଶାଦ ବେଗ୍, ଅବଦୁଲ ମୋଫିଦ୍ ଖାଁ, ଅଙ୍କନ ମାଝୀ, ବିଗିନା ମାଝୀ, କିଶୋର ମାଝୀ, ଅମଜାଦ୍ ଖାଁ, ଫୟାଜୁଲ ହକ୍ ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କ ସେବାକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ ଜସ୍ମିନ ବେଗମ୍, ଗୁଲସନ୍ ଆରା, ବର୍ଷାରାଣୀ ବେହାରା, ଖୁସବୁ ପରବିନ୍, ଅସୀମା ନସ୍ରିନ୍ ପ୍ରମୁଖ ଜଳସେବା ଶିବିରକୁ ପରିଚାଳନା କରିଥିଲେ ।