-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଛାତ୍ରଛାତ୍ରୀଙ୍କର ସନ୍ତରଣ ପାଇଁ ବଢୁଛି ଆଗ୍ରହ,ଦ୍ୱିତୀୟ ସନ୍ତରଣାଗାର କେବେ?

02-Jun-2024



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ରାଜ୍ୟସରକାର କିଛି ପଦକ୍ଷେପ ନେଇଛନ୍ତି । ବଲାଙ୍ଗୀର ସହର ସମେତ ବିଭିନ୍ନ ସ୍ଥାନରେ କ୍ରୀଡା ଭିତ୍ତିଭୂମି ବଢାଯାଇ ପାରିଛି। ସେଥି ମଧ୍ୟରେ ବଲାଙ୍ଗୀର ସ୍ଥିତ ଆର. ଏନ. ସିଂଦେଓ ସ୍ପୋର୍ଷ୍ଟସ କମ୍ଲେକ୍ସ ଅନ୍ୟତମ । ଏଠାରେ ସନ୍ତରଣାଗାର, ସୁଟିଂ, ଫୁଟବଲ,ବେଡମିଣ୍ଟନ, ଲନବଲ,ଫେନ୍ସିଂ ଇତ୍ୟାଦି ଖେଳର ବ୍ୟବସ୍ଥା କରାଯାଇ ପାରିଛି। ତେବେ ସନ୍ତରଣ ପାଇଁ ବଲାଙ୍ଗୀର ଛାତ୍ରଛାତ୍ରୀଙ୍କ ଆଗ୍ରହ ବେଶି ପରିମାଣରେ ରହିଛି । ଏଠାରେ ୨୫ମିଟର ଲମ୍ବର ଥିବା ସନ୍ତରଣାଗାରରେ ଏବେ ପ୍ରାୟ ୯ଟି ସିଫ୍ଟରେ ୪୫୦ ଛାତ୍ରଛାତ୍ରୀ, ଯୁବକ ଓ ମହିଳା ଟ୍ରେନିଂ ନେଉଥିବା ସୂଚନା ମିଳିଛି। ଇତି ମଧ୍ୟରେ ବଲାଙ୍ଗୀରର ଅନେକ ପ୍ରତିଯୋଗୀ ରାଜ୍ୟରୁ ନେଇ ଜାତୀୟସ୍ତର ପର୍ଯ୍ୟନ୍ତ ପ୍ରତିଯୋଗିତାରେ ଭାଗନେଇ ସଫଳ ହେଲେଣି। ତେଣୁ ଲୋକଙ୍କ ଚାହିଦାକୁ ଦେଖି ଆଉ ଏକ ବଡ (୫୦ମିଟର ଲମ୍ବ)ର ଆଉ ଏକ ସନ୍ତରଣାଗାର ନିର୍ମାଣର ଆବଶ୍ୟକତା ଦେଖା ଦେଇଛି l

ସୂଚନାଯୋଗ୍ୟ ଯେ, ୧୯୯୩ ମସିହାରେ ବଲାଙ୍ଗୀର ବିଧାୟକ ଅନଙ୍ଗଉଦୟ ସିଂଦେଓ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଥିବା ବେଳେ ଶୈଳଶ୍ରୀ ପ୍ୟାଲେସ ପଛପଟେ ଥିବା ଏକ ବିସ୍ତୀର୍ଣ୍ଣ ପଡିଆରେ ଆର.ଏନ.ସିଂଦେଓ ସ୍ପୋର୍ଟସ କମ୍ଲେକ୍ସ ନିର୍ମାଣ ଆରମ୍ଭ କରାଇଥିଲେ l ପରବର୍ତ୍ତୀ ପର୍ଯ୍ୟାୟରେ ଏଠାରେ ବେଡମିଣ୍ଟନ କୋର୍ଟ, ଗ୍ୟାଲେରୀ, ସ୍ପୋର୍ଟସ  ହଷ୍ଟେଲ ଇତ୍ୟାଦି ନିର୍ମାଣ ହୋଇଥିଲା। ଜିଲ୍ଲା କ୍ରୀଡାବିଭାଗ ଦ୍ୱାରା ପରିଚାଳିତ ଏହି ହଷ୍ଟେଲରେ ରହି ଏଠାରେ ତାଲିମ ନେଇ ଉଚ୍ଚକୋଟିର ଫୁଟବଲ ଖେଳାଳି ବାହାରିଲେ। ପରେ ପରେ ୨୦୧୧ ମସିହାରେ ପୁଣିଥରେ ବଲାଙ୍ଗୀର ବିଧାୟକ ତଥା ମନ୍ତ୍ରୀ ଅନଙ୍ଗଉଦୟ ସିଂଦେଓଙ୍କ ପ୍ରଚେଷ୍ଟାରେ ୬୦ଲକ୍ଷ ଟଙ୍କା ବିନିମୟରେ ଏକ ସନ୍ତରଣାଗାର ନିର୍ମାଣ କରାଗଲା, କିନ୍ତୁ ସେଥିରେ ପରିଚାଳନାଗତ ତୃଟିରୁ କିଛି ବର୍ଷ ବନ୍ଦ ହୋଇ ପଡ଼ରହିଲାକି । କିନ୍ତୁ ପରେ ପରେ ୨୦୧୮ ମସିହାରେ ପୁଣିଥରେ ଏହାର ପୁନଃରୁଦ୍ଧାର କରିବାକୁ ଉଦ୍ୟମ ହେଲା। ଯୁବନେତା ଅର୍କେଶ ନାରାୟଣ ସିଂଦେଓଙ୍କ ଉଦ୍ୟମରେ ରାଜ୍ୟସରକାର ପୁଣି ୨୬ ଲକ୍ଷ ଟଙ୍କାର ଅନୁଦାନ ଦେଇ ଏହାର ପୁନଃରୁଦ୍ଧାର କରାଇ ସ୍ଥାନୀୟ ଏକ କମିଟି ଜରିଆରେ ପରିଚାଳିତ କଲେ । ଏଠାରେ ତାଲିମ ନେଇ ଅନେକ ଯୁବକ ଯୁବତୀ ରାଜ୍ୟ ତଥା ଜାତୀୟସ୍ତର ପର୍ଯ୍ୟନ୍ତ ପ୍ରତିଯୋଗୀତାରେ ଏବେ ଭାଗ ନେଉଛନ୍ତି । ସ୍ୱିମିଂକୁ ଏକ କ୍ରୀଡାକ୍ୟାରିୟର ଭାବରେ କିଛି ଯୁବକ/ଯୁବତୀ ନେବାକୁ ଚାହୁଁଛନ୍ତି । ତେଣୁୁ ଏଠାରେ ଆହୁରି ଭିତ୍ତିଭୂମିର ଆବଶ୍ୟକତା ରହିଛି । ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ବିଭାଗ ଦ୍ୱାରା ପରିଚାଳିତ ଏହି ସ୍ୱିମିଂପୁଲକୁ ଜେଏସଡବ୍ଲୁ ସଂସ୍ଥା ଦାୟିତ୍ୱ ନେଇ ପରିଚାଳିତ କରୁଛି । ସରକାରୀ ପୋର୍ଟାଲରେ ପଞ୍ଜିକୃତ ହୋଇ ୪୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଯୁବକ/ଯୁବତୀ ଟ୍ରେନିଂ ନେଉଛନ୍ତି । ମୋଟ ୮ଜଣ ତାଲିମପ୍ରାପ୍ତ ଟ୍ରେନର, ଲାଇଫଗାର୍ଡ, ପୁଲଅପରେଟର ଓ ହାଉସକିପିଂ ନିଯୁକ୍ତି ହୋଇ ଏହାକୁ ପରିଚାଳନା କରୁଛନ୍ତି । ରାଜ୍ୟସ୍ତରରୁ ଚୟନ ହୋଇ ୧୫ଜଣ ଛାତ୍ରଛାତ୍ରୀ ଆସି ହଷ୍ଟେଲରେ ରହି ସ୍ୱିମିଂ ତାଲିମ ମଧ୍ୟ ନେଉଛନ୍ତି ବୋଲି ବଲାଙ୍ଗିର ଜିଲ୍ଲା 

କ୍ରୀଡାଅଧିକାରୀ ସ୍ଵାଧୀନ ବାଗ ସୂଚନା ଦେଇଛନ୍ତି । ତେବେ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଆସୁଥିବାରୁ ଏଠାରେ ଆଉ ଏକ ବଡ(୫୦ମିଟର ଲମ୍ବର) ବିଶିଷ୍ଟ ସ୍ୱିମିଂପୁଲର  ଆବଶ୍ୟକତା ରହିଛି । ରାଜ୍ୟସରକାର ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି। ଏବେ ରାଜ୍ଯ ସରକାର ପ୍ରାୟ ୨କୋଟି ବ୍ୟୟରେ ଆର.ଏନ.ସିଂଦେଓ ସ୍ପୋର୍ଟସ କମ୍ଲେକ୍ସରେ ଲନବଲ,ଫେନ୍ସିଂ ପାଇଁ ଭିତ୍ତିଭୂମି ନିର୍ମାଣ କରାଉଛନ୍ତି । ଫୁଟବଲ ଖେଳ ପାଇଁ ପଡିଆକୁ ମଧ୍ୟ ସମତୁଳ କରାଯାଇ ଘାସ ଲଗାଯାଉଛି । ମୋଟ ଉପରେ ପୁନଃରୁଦ୍ଧାର କାମ ଆଗେଇ ଚାଲିଛି। ତେଣୁ ଦ୍ୱିତୀୟ ସନ୍ତରଣାଗାର ପାଇଁ ମଧ୍ୟ ପଦକ୍ଷେପ ନେବାକୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026

You Might Also Like