-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
31-May-2024
ନୂଆପଡ଼ା - (ରାମନାଥ ପଣ୍ଡା )
ନୂଆପଡ଼ା ଜିଲ୍ଲାରେ ମଧ୍ୟ ଅତ୍ୟଧିକ ତାପମାତ୍ରା ଯୋଗୁଁ ଜିଲ୍ଲାପାଳ ହେମକାନ୍ତ ସାଏ ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତି କି ଅତି ଜରୁରୀ କାମ ନ ପଡ଼ିଲେ କେହି ବାହାରକୁ ନ ବାହାରିବାକୁ । ଏସ ଆର୍ ସି ଙ୍କ ନିର୍ଦ୍ଦେଶ ତଥା ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ବର୍ତ୍ତମାନ ଗାଁ ରୁ ସହର ସବୁଠି ନିସ୍ତବ୍ଧ ଜଣାପଡୁଛି ।ପ୍ରାୟ ୪୦ ରୁ ୪୬/୪୭ ଡିଗ୍ରୀ ତାତି ଦେଖା ଦେଇଛି ।ବାହାରକୁ ବାହାରିବା କଷ୍ଟ ହୋଇଯାଇଛି ।ଲୋକଙ୍କୁ ସଚେତନ କରିବା ନିମିତ୍ତ ଅଗ୍ନିଶମ ବିଭାଗ ଜନ ଗହଳି ସ୍ଥାନ ମାନଙ୍କରେ ମକ୍ ଡ୍ରିଲ କରିଛି ।ଉପସ୍ୱାସ୍ଥ୍ୟକେନ୍ଦ୍ର,ସ୍ବାସ୍ଥ୍ୟ କେନ୍ଦ୍ର ସବୁଠି ଅଂଶୁଘାତରୁ ରକ୍ଷା ପାଇଁ ସବୁପ୍ରକାର ବ୍ୟବସ୍ଥା ହୋଇଛି,ଶ୍ରମିକ ମାନଙ୍କୁ ଦିନ ୧୧ ଟାରୁ ୩ ଟା ପର୍ଯ୍ୟନ୍ତ କାମ ନ କରିବାକୁ ସୂଚନା ପ୍ରଦାନ କରାଯାଇଛି, ଧାନ ଚାଷୀ ଓ ପ୍ୟାକ କୁ ମଧ୍ୟ ସୂଚନା ପ୍ରଦାନ ହୋଇଛି ।ବର୍ତ୍ତମାନ ୪୩ ଡିଗ୍ରୀ ତାତି ଅନୁଭବ ହୋଇଛି । ସତରେ ଗାଁ ରୁ ସହର ସବୁ ସ୍ଥାନରେ ଦିନ ଲାଗୁଛି ରାତି ଭଳି ।ଲୋକଙ୍କ ଆତଯାତ ହେଉନାହିଁ ।ରାସ୍ତାଘାଟ ସବୁ ଖାଲି ।ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଲୋକଙ୍କୁ ସଚେତନ କରିବା ଦେଖିବାକୁ ମିଳିଛି ।