-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
31-May-2024
ସିନ୍ଧେକେଲା(ଦୀନେଶ ଜୈନ): ବିଶାଖାପାଟଣାରୁ ରାୟପୁରକୁ ଏକ ଟ୍ରକ ଯୋଗେ ପାମୱେଲ ନେଇ ଯାଉଥିବା ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଚାନ୍ଦୋତରା ଏକ ଢ଼ାବାରେ ଗାଡି ଅଟକେଇ ଭୋଜନ କରି ଛାଇ ଜାଗାରେ ବିଶ୍ରାମ କରିଥିଲେ ତାଙ୍କ ସାଙ୍ଗେ ଗାଡି ହେଲ୍ପର ତାଙ୍କ ଭାଇ ନିଜେ ଥିଲେ । ଚାଳକ ହେଉଛି ତାମିଲନାଡୁ ରାଜ୍ୟ ସେଲମ ଜିଲ୍ଲା ରଙ୍ଗମପ୍ଲିୟମ ଗ୍ରାମର ଏ.ଶିବମ ବୋଲି ଜଣାପଡିଛି । ତାଙ୍କ ସାଙ୍ଗରେ ଥିବା ମଳି ଏରଚ ଙ୍କ ସହ ଥିଲେ । ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବାନ୍ତି ହୋଇଥିଲା ପରେ ତାଙ୍କୁ ସିନ୍ଧେକେଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାହେଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟ୍ରକ ନମ୍ବର ହେଉଛି ଟିଏନ ୫୨ସି5୪୭୪ ।ପୋଲିସ କେଶ ନ: ୪/୨୪ରେ ଏକ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଛି । ଯେହେତୁ ଏଠାରେ ୪୬ ଡିଗ୍ରୀ ତାପମାତ୍ରା ଥିବାବେଳେ ଶବ ବ୍ୟବଚ୍ଛେଦ ପରେ ହିଁ ସଠିକ ଜଣାପଡିବ ପୋଲିସ କହିଛି ।