-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
30-May-2024
(ମିହିର ଶଙ୍କର ପାତ୍ର)
ଡାବୁଗାଁ ଭୈରବ ମନ୍ଦିର ରେ ଦୁଇଟି ଖ୍ରୀଷ୍ଟ ଧର୍ମ ର ପୋଷ୍ଟର ଲାଗିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ର ପ୍ରମୁଖ ପ୍ରସଙ୍ଗ ହୋଇଛି। କୌଣସି ଅସାମାଜିକ ବିଧର୍ମୀ ଦୁର୍ବୁତ୍ତ ମାନେ ଡାବୁଗାଁର ଆରାଧ୍ୟ ଦେବତା ଶ୍ରୀ ବାବା ଭୈରବ ଙ୍କ ମନ୍ଦିର କାନ୍ଥ ରେ ହିନ୍ଦୁ ଭାଇ ମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଲାଭଳି ଦୁଇଟି ପୋଷ୍ଟର ଲଗାଇଛନ୍ତି। ସେଠାରେ ଲେଖା ହଇଛି ଯୀଶୁକୁ ଜୀବନରେ ଗ୍ରହଣ କର...ଗୀତ ଛାଡ଼ନ୍ତୁ , ବାଇବେଲ ପଡନ୍ତୁ.!!!। ଏହା ଛାଡ କାନ୍ଥରେ ଆଙ୍କିଥିବା ବିଭିନ୍ନ ଦେବା ଦେବୀଙ୍କ ଆଖି ଗୁଡିକୁ କଡ଼ିଦେଇଛନ୍ତି। ଏହି ଘଟଣା ବିଷୟରେ ଥାନା ରେ ଏତଲା ଦିଆଯାଇଛି। ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ମଧ୍ୟ ଧର୍ମ ରକ୍ଷା ପାଇଁ ତତ୍ପର ବୃଦ୍ଧି ପାଇଛି। ଆଗାମୀ ଦିନରେ ଏଭଳି ଘଟଣା ର ପୁନରାବୃତ୍ତି ନ ହେଉ ବୋଲି ବୁଦ୍ଧିଜୀବୀମାନେ ଆଶାବ୍ୟକ୍ତ କରିଛନ୍ତି। ଦୋଷୀ ବ୍ୟକ୍ତି ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି କରା ଯାଉଛି