-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ମହାରାଣୀସାଗର ଉନ୍ନୟନକାମ ତଦାରଖ କଲେ ପୌରାଧ୍ୟକ୍ଷା ବର୍ଷାପୂର୍ବରୁ ମାଟିକାମ ସାରିବାକୁ ନିର୍ଦ୍ଦେଶ

28-May-2024



ବଲାଙ୍ଗୀର(ପ୍ରେରଣା ଖବର ):ବଲାଙ୍ଗୀର ସହରର ସର୍ବବୃହତ ପୁସ୍କରିଣୀ ମହାରାଣୀସାଗରର ଉନ୍ନିକରଣ କାମ ଯୁଦ୍ଧକାଳିନ ଭିତ୍ତିରେ ଚାଲୁରହିଛି । ନିର୍ବାଚନପ୍ରଚାରରେ ନେତାନେତ୍ରୀମାନେ ବ୍ୟସ୍ତଥିଲେ ଓ ଏବେ ଟିକିଏ ଆସ୍ୱସ୍ତି ମିଳିଛି । କିନ୍ତୁ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ପୁଣି ଚଳଚଞ୍ଚଳ ହୋଇଛନ୍ତି । ଆଜି ପୌରାଧ୍ୟକ୍ଷା ପୌରପାଳିକାର ଯନ୍ତ୍ରୀମାନଙ୍କୁ ନେଇ କାମର ତଦାରଖ କରିବା ସହ ଜୁନ ୧୫ ସୁଦ୍ଧା ବର୍ଷାପୂର୍ବରୁ ଶେଷକରିବାକୁ ସେ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ କରିଛନ୍ତି । ଆଜି ଦିନ ଠିକ ୧୦.୩୦ ବେଳେ ପୌରାଧ୍ୟକ୍ଷା ପୌରାପାଳିକାର ସହକାରୀଯନ୍ତ୍ରୀ ଇଂ.ପ୍ରଶାନ୍ତ ନାଏକ ଓ କନିଷ୍ଠଯନ୍ତ୍ରୀ ଇଂ.ରୋଜାଲିସା ରାଉତଙ୍କୁ ସାଙ୍ଗରେ ନେଇ ମହାରାଣୀସାଗରରେ ପହଞ୍ଚିଥିôଲେ । ସାଗରରେ ବହୁତ ପାରିମାଣରେ ପଙ୍କ ରହିଥିଲା । ବହୁବର୍ଷ ହେଲା ଏହାର ପଙ୍କୋଦ୍ଧାର ହୋଇନଥିବାରୁ ଏବେ ଏକା ସାଙ୍ଗରେ ସବୁ ପଙ୍କ ଉଦ୍ଧାର କରିବାରେ ସାମାନ୍ୟ ଅସୁବିଧା ହେଉଥିବା ଯନ୍ତ୍ରୀ ଶ୍ରୀ ନାଏକ କହିଥିଲେ । ଅଟକଳ ଅନୁଯାୟୀ ସମସ୍ତ ପଙ୍କ ଉଠାଇ ବାହାରକୁ ନେଇ ପକାଇବା ସହିତ ପଡାମାନଙ୍କର ପାଣି ଯେଭଳି ସାଗର ପାଣିରେ ନମିସେ ସେଦିଗରେ ଆବଶ୍ୟକ ଡ୍ରେନନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ନିର୍ଦ୍ଦେଶ କରିଥିଲେ । ଏପଯ୍ୟନ୍ତ ଅନେକ ପରିମାଣରେ ପଙ୍କ ଓ ମାଟି ଉଦ୍ଧାର ହୋଇସାରିଥିବା ତଥା ଇଚ୍ଛାପଡା ପଟେ ଡ୍ରେନନିର୍ମାଣ ହୋଇଥିବା ସହକାରୀ ଯନ୍ତ୍ରୀ ଶ୍ରୀ ନାଏକ କହିଥିଲେ । ଏହି ଅବସରରେ ମହାରାଣିସାଗର ଉନ୍ନୟନକାମର ଦାୟୀତ୍ୱ ନେଇଥିବା ୧୦୦ରୁ ଉର୍ଦ୍ଧ୍ୱ ମହିଳା ସ୍ୱୟଂସହାୟିକାଗୋଷ୍ଠୀଙ୍କ ସହ ତଥା ସ୍ଥାନୀୟ କାଉନସିଲର ଗଙ୍ଗାଧର ଚାନ୍ଦ ଓ ବରିଷ୍ଠନାଗରିକମାନଙ୍କ ସହିତ ମଧ୍ୟ ପୌରାଧ୍ୟକ୍ଷା ଲିକା ସାହୁ ଆଲୋଚନା କରିଥିଲେ । ପ୍ରକାଶ୍ୟ ଯେ,ଗତ କିଛିବର୍ଷ ହେଲା ବଲାଙ୍ଗୀର ସହରରେ ମହାରାଣୀସାଗରର ଉନ୍ନୟନ ଏକ ରାଜନୈତିକ ପ୍ରସଙ୍ଗ ହୋଇଯାଇଛି । ପ୍ରଥମେ ୨୧କୋଟି ଟଙ୍କାର ଅଟକଳ କରାଯାଇଥିଲା । କିନ୍ତୁ ସେଥିରେ କେବଳ ସୌନ୍ଦର୍ଯ୍ୟକରଣ କାମ ଥିବାରୁ ଇଚ୍ଛାପଡା ସମେତ ଇନ୍ଦିରାନଗର ଅଞ୍ଚଳର ଜବରଦଖଲ ଉଚ୍ଛେଦ କରାଯିବାକୁ ଥିବାରୁ ସେତେବେଳେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ପରେ ରାଜ୍ୟହାଉସିଂ ବୋର୍ଡର ଅଧ୍ୟକ୍ଷ ଥିବା ପୂର୍ବତନ ସାଂସଦ କଳିକେଶନାରାୟଣ ସିଂଦେଓଙ୍କ ଉଦ୍ୟମରେ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ୧୨କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ଏହି କାମକୁ ଇଚ୍ଛାପଡା,ଇନ୍ଦିରାନଗର,ତୁଳସୀନଗର,ସାଗରପଡା ଇତ୍ୟାଦି ଅଞ୍ଚଳରେ ଥିବା ମହିଳା ସ୍ୱୟଂସହାୟିକା ଗୋଷ୍ଠୀମାନେ କରିବାକୁ ଦାୟୀତ୍ୱ ଦିଆଯାଇଥିଲା । ଗତ ଏକମାସରୁ ଉର୍ଦ୍ଧ୍ୱ ସମୟ ହେଲା ପ୍ରାୟୁ ୬୦ରୁ ଅଧିକ ଜେସିବି,ହାଇୱା ଓ ଟ୍ରାକ୍ଟର ଲାଗି ମାଟିକାମ କରାଯାଉଛି । ଅଟକଳରେ ଯେତିକି ମାଟିଯିବାର ନୀୟମ ରହିଛି ସେତିକି ମାଟି ବର୍ଷାପୂର୍ବରୁ ଉଠାଯିବ ବୋଲି ପୌରପାଳିକାର ସହକାରୀ ଯନ୍ତ୍ରୀ ଇଂ.ପ୍ରଶାନ୍ତ ନାଏକ କହିଛନ୍ତି । ପ୍ରଥମେ ମାଟିକାମ ଓ ଡ୍ରେନକାମ ସରିଲା ପରେ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ସୂଚନା ଦିଆଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like