-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
22-May-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି | ସୂଚନା ଅନୁସାରେ କଣ୍ଟାମାଳ ବ୍ଲକ ଶିମିଳି ପଦର ପଞ୍ଚାୟତ ଅନ୍ତର୍ଗତ ପଥର୍ଲା ଗ୍ରାମର ମନବୋଧ ମହାପାତ୍ର ବିଲକୁ ଯାଇଥିଲେ | ବିଲରେ ଧାନ କଟା କାର୍ଯ୍ୟ ଚାଲୁଥିବା ବେଳେ ହିଡରେ ଥିବା ବରଗଛ ମୂଳେ ବସିଥିଲେ | ବରଗଛରେ ବସା ବାନ୍ଧିଥିବା ମହୁମାଛି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ | ଯାହା ଫଳରେ ସେ ଗୁରୁତର ହୋଇ ପଡ଼ି ଥିଲେ | ତାଙ୍କୁ ସଙ୍ଗେ ସଙ୍ଗେ ସୋନପୁର ଡାକ୍ତରଖାନା ନିଆ ଯାଇଥିଲା | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୨ଟାରେ ତାଙ୍କର ମୃତ୍ୟୁ ହୋଇଥିଲା | ବନ୍ଧୁ ପରିଜନ ସହ ଅଞ୍ଚଳବାସୀ ଶବାଧାରରେ ସାମିଲ ହୋଇ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଏକମାତ୍ର ପୁଅ ଆଖଣ୍ଡଳ ମୁଖାଗ୍ନି ଦେଇଥିଲେ | ସେ ଜଣେ ସମାଜସେବୀ , ରାଜନୀତିଜ୍ଞ ଓ ପରୋପକାରୀ ବ୍ୟକ୍ତି ଥିଲେ | ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |