-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
06-Oct-2020
ଚୀନ୍ ସହ ଦ୍ୱିମୁଖୀ ସମ୍ମୁଖ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ। ଯଦିଓ ଆକାଶମାର୍ଗରେ ଆକ୍ରମଣର ସେଭଳି ସମୟ ଆସିନାହିଁ, ତଥାପି ଆମ ସେନା ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ଆର.କେ. ଭଦୌରିଆ। ଶ୍ରୀନଗର ଏୟାରବେସ୍ରେ ଗତକାଲି ବାଲାକୋଟ୍ ଏୟାରଷ୍ଟ୍ରାଇକର ପ୍ରଥମ ବାର୍ଷିକୀ ପାଳନ ଅବସରରେ ସାମ୍ବାଦିକ ସମ୍ମିଳନୀରେ ଭଦୌରିଆ ଏଭଳି ବୟାନ ଦେଇଛନ୍ତି। ଭାରତ-ଚୀନ୍ ସୀମା ବିବାଦକୁ ନେଇ ଲାଗି ରହିଥିବା ଉତ୍ତେଜନା ସମୟରେ ଭଦୌରିଆଙ୍କ ଏଭଳି ବୟାନ ବେଶ୍ ମହତ୍ତ୍ୱପୂର୍ଣ୍ଣ ମନେ ହେଉଛି! ଅନ୍ୟପକ୍ଷେ ବାୟୁସେନା ମୁଖ୍ୟ କହିଛନ୍ତି-ପୂର୍ବ ଲଦାଖରେ ଚୀନ୍ ପଟୁ କୌଣସି ପ୍ରକାର ବିପଦର ସାମ୍ନା କରିବାକୁ ଆମେ ପ୍ରସ୍ତୁତ। ତାସହ ରାଫେଲ୍ ଜେଟ୍ ମଧ୍ୟ ଅପେରସନ୍ ପାଇଁ ପୁରା ପ୍ରସ୍ତୁତ ବୋଲି କହିଥିଲେ ଭଦୌରିଆ। ତେବେ ଚୀନ୍ ସୀମାରେ ଗତ ୭ରୁ ୮ ମାସ ଧରି ସୃଷ୍ଟି ହୋଇଥିବା ଉତ୍ତେଜନାତ୍ମକ ସ୍ଥିତି ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ସେ ଆଶା ରଖିଥିବା କହିଛନ୍ତି!!