-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
01-May-2024
ନବରଙ୍ଗପୁର (:ମିହିର ଶଙ୍କର ପାତ୍ର,) ଡାବୁଗାଁ ବ୍ଲକରେ କାଳବୈଶାଖୀ ତାଣ୍ଡବ ଆରମ୍ଭ ଦରଗୁଳା ଗ୍ରାମରେ ଅପରାହ୍ନରେ ଘଡ଼ଘଡ଼ି ଶହ ବଜ୍ରପାତ ହେଲା।ଦରଗୁଲା ଗ୍ରାମ ଜମି ନିକଟରେ ବଜ୍ରାଘାତରେ ଚାଷି ରୁପା ଭତ୍ରାର ଗୋଟିଏ ଗାଈର ମୃତ୍ୟୁ ହୋଇଯାଇଥିଲା। ପାଖରେ ଥିବା ଯୁବକ ଅଳ୍ପକେ ମୃତ୍ୟୁ ମ୍ମୁଖରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି ଏଵଂ ପାଖରେ ଥିବା କିଛି ଗାଈ ମଧ୍ୟ ଗୁରୁତର ଥିବା ଜଣାପଡିଛି। ଯେଉଁ ଗାଈ ବଜ୍ରଘାତରେ ମାରିଲା ତାର ମୂଲ୍ୟ ଆନୁମାନିକ ୫୦ ହଜାର ଟଙ୍କା ହେବ। ଚାଷି ଭାଇର ଆର୍ଥିକ ପରିସ୍ଥିତି ଭଲ ନାଥୁବାରୁ ସେ ବର୍ତ୍ତମାନ ଗାଈ ହୋଲ କିଣିବାକୁ ସକ୍ଷମ ନୁହଁ। ତେଣୁ ଏହାର କ୍ଷତି ପୂରଣ ବାବଦରେ କିଛି ସରକରି ସାହାଯ୍ୟ ମିଳିଲେ ଉପକୃତ ହେବ ବଳି ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି।