-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଉତ୍ତମ ଶିକ୍ଷା ସମାଜକୁ ଆର୍ଥିକ ସମୃଦ୍ଧି କରିବ - ସମରେନ୍ଦ୍ର/ ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ଉଭୟେ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ- ସମରେନ୍ଦ୍ର

30-Apr-2024



ବଲାଙ୍ଗିର(ପ୍ରେରଣା ଖବର ): ଆସନ୍ତା ମଇ ୨୦ ତାରିଖ ଗଣତନ୍ତ୍ର ମହାପର୍ବରେ ଆମେ ସମସ୍ତେ ନିଜ ନିଜ ମତଦାନ ସାବ୍ୟସ୍ତ କରିବାକୁ ଯାଉଛେ । ମୋର ଅନୁରୋଧ ମୋର ସାମନାରେ ବସିଥିବା ମାଁ ଭଉଣୀ, ଜ୍ଞାନି, ଗୁଣି ଆଗାମୀ ଦିନରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ ନିଜ ଅତିତ କୁ ନିଶ୍ଚିତ ଭାବେ ଦେଖନ୍ତୁ । ଅତିତରେ କଂଗ୍ରେସ ସରକାର ଅମଳରେ ଶିକ୍ଷା ବ୍ୟବସ୍ଥାରେ ଗରିବ ଧନୀ ସମସ୍ତେ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ ସେ ଶିକ୍ଷା ବ୍ୟବସ୍ଥାକୁ

ରାଜ୍ୟରେ ବିଜେଡି ସରକାର ଆସିଲା ପରେ ଷଡଯନ୍ତ୍ର କରି ଦୁଇ ଭାଗ କରି ଦେଇଛି । ଗରିବଙ୍କ ପାଇଁ ଅଲଗା ସ୍କୁଲ, ଧନୀକଙ୍କ ପାଇଁ ଅଲଗା ସ୍କୁଲ । ଗରିବ ପଢୁଥିବା ସ୍କୁଲରେ ଶିକ୍ଷକ ନାହାନ୍ତି, କର୍ମଚାରୀ ନାହାନ୍ତି ଫଳରେ ଆମ ଗରିବ ଶ୍ରେଣୀର ପିଲା ବିନା ଶିକ୍ଷକରେ ପାଠ ପଢି ନିଜ ଭବିଷ୍ୟତ ଅନ୍ଧକାର କୁ ଠେଲି ଦେଉଛି । ଅପରପକ୍ଷେ କେନ୍ଦ୍ରରେ ଥିବା ବିଜେପି ସରକାର କାଗଜ, କଲମ, ଛୁଆଙ୍କ ପଢାବହିରେ ଦିନକୁ ଦିନ ଟେକ୍ସ ବଢାଇ ଗରିବ ଛୁଆ ର ଭିବଷ୍ୟତରେ ଲାତ ମାରିବାରେ ଲାଗିଛି । ରାଜ୍ୟ ସରକାର ସ୍କୁଲ ରୁପାନ୍ତରିତ ନାଁ ରେ ସ୍କୁଲ କୋଠାରେ ରଙ୍ଗ ବୋଲି ଶିକ୍ଷା ଉନ୍ନତି କଲୁଁ କହି ମିଛ ଭୁଆଁ ବୁଲାଇବାରେ ଲାଗିଛନ୍ତି । ଏଣୁ କ୍ରମାଗତ ଭାବେ ଉଭୟ ସରକାରଙ୍କ ଷଡଯନ୍ତ୍ର ଯୋଗୁଁ ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯାଇଛି । ଯେଉଁଥି ପାଇଁ ଆମ ଲୋକଙ୍କ ଆର୍ଥିକ ଅଭିବୃଦ୍ଧିରେ ଅନ୍ତରାୟ ସୃଷ୍ଟି ହେଉଛି ବୋଲି ଆଜି ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ.୧୮,୧୯,୨୦ ମହିଳା ସମ୍ବିଳନୀ ଓ ୱାର୍ଡ ନଂ.୧୦ ର ଗେଡ ସରୋବରପଡାବାସୀଙ୍କ ଦ୍ୱାରା ଅନୁଷ୍ଠିତ କଂଗ୍ରେସ ର ନିର୍ବାଚନୀ ସଭାରେ ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ୱାର୍ଡ ନଂ.୧୦ ର ଗେଟସରୋବରପଡାବାସୀ ଆଜି ସନ୍ଧ୍ୟାରେ ବିଧାୟକ ନରସିଂହ ମିଶ୍ର ଏବଂ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ରଙ୍କୁ ତାଙ୍କ ବାସଭବନରୁ ସଭା ସ୍ଥଳକୁ ବାଜା ରୋଶଣୀ ସହିତ ପାଛୋଟି ନେଇ ସେଠାରେ ଏକ ସୁସଜ୍ଜିତ ସଭାର ଆୟୋଜନ କରିଥିଲେ । ଏହି ସମ୍ମିଳନୀରେ ଯୁବନେତା ସମରେନ୍ଦ୍ର ଅହୁରି ମଧ୍ୟ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଲା କେବଳ ଏ ଅଂଚଳର ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ।  ୨୦୧୪ ରୁ ୨୦୨୪  ୧୦ ବର୍ଷ ଭିତରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ରେ ପିଇବା ପାଣି ସମସ୍ୟା, ଶିକ୍ଷା ଭିତ୍ତିଭୂମି, ସ୍ୱାସ୍ଥ୍ୟ ପାଇଁ ମେଡିକାଲ କଲେଜ ପ୍ରତିଷ୍ଠା, କ୍ରୀଡା ଭିତ୍ତିଭୂମି, ଗମନାଗମନ ପାଇଁ  ସୁନ୍ଦର ରୋଡ ରାସ୍ତା, ଜଳସେଚନ ପାଇଁ ଲୋୟର ସୁକତେଲ ସହ ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ଭଳି ଅନେକ ଯୋଜନା ଆଣିବାରେ ସଫଳ ହୋଇଛନ୍ତି । ତେଣୁ ବର୍ତ୍ତମାନ ସମୟ ଆସିଛି ଆମ ପିଲାଙ୍କ ପାଇଁ ଉତ୍ତମ ଶିକ୍ଷା ଓ ରୋଜଗାର ସୃଷ୍ଟି କରିବା ଏଥି ପାଇଁ ଆମକୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ପଡିବ । ପିଲାଙ୍କ ରୋଜଗାର ପାଇଁ ବଲାଙ୍ଗିର ରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଖୋଳିବାକୁ ପଡିବ କିନ୍ତୁ ଏଥିରେ ସଫଳତା ପାଇବା ପାଇଁ ହେଲେ ଆମକୁ ଆଗାମୀ ଦିନରେ ରାଜରାସ୍ତା ହେଉ କି ବିଧାନସଭା ରେ ହେଉ ଆମକୁ ଜୋରଦାର ଲଢେଇ କରିବାକୁ ପଡିବ । ଯାହା ପାଇଁ ଆମକୁ ଏକ ଦୃଢ, ଲଢୁଆ ତଥା ଦୂରଦୃଷ୍ଟି ସମ୍ପନ୍ନ ଦକ୍ଷତା ଥିବା ଏକ ପ୍ରତିନିଧି ବିଧାନସଭା ପଠାଇବାକୁ ହେବ । ଆମକୁ କଂଗ୍ରେସ ଦଳର ହାତ ଚିହ୍ନରେ ଭୋଟ ଦେଇ ଗତ ୧୦ ବର୍ଷ ବିକାଶଧାରାକୁ ଆଗେଇ ନେବାକୁ ପଡିବ ବୋଲି ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର କହିଥିଲେ । ସଭାରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ମହିଳାଙ୍କ ଉଦ୍ଦେଶ୍ୟରେ କହିଥିଲେ ଆଗାମୀ ନିର୍ବାଚନରେ  ଆପଣ କଂଗ୍ରେସ ଦଳର ବିଧାୟକ ଏବଂ ସାଂସଦଙ୍କୁ ହାତ ଚିହ୍ନରେ ଭୋଟ ଦିଅନ୍ତୁ ଦେଖିବେ ବଲାଙ୍ଗିର ର ଛାତ୍ର ଓ ଯୁବକଙ୍କୁ ନିଶ୍ଚିତ ଭାବେ ଉତ୍ତମ ଶିକ୍ଷା ଓ ରୋଜଗାର ପାଇଁ ଏଠାରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିବାରେ ଆମେ ନିଶ୍ଚିତ ସଫଳ ହେବା । ସଭାରେ

ଶ୍ରୀ ମିଶ୍ର ରାଜ୍ୟରେ କଂଗ୍ରେସ ସରକାର ଆସିଲେ ଏସ୍‌ଏଚ୍‌ଜି ଗୃପ ଋଣ ମାଫ, ବାର୍ଦ୍ଧକ୍ୟ ବିକଳାଙ୍ଗ, ବିଧବା ଭତ୍ତାକୁ ଦୁଇ ଗୁଣିତ କରାଯିବ, ଧାନର ସର୍ବନିମ୍ନ ମୁଲ୍ୟ ୩ହଜାର ଟଙ୍କା ବୃଦ୍ଧି କରାଯିବ, ବେକାରୀ ଯୁବକ ଯୁବତିଙ୍କୁ ବେକାରୀ ଭତ୍ତା ୩ ହଜାର ଟଙ୍କା ଓ ମହିଳାମାନଙ୍କୁ ମାସିକ ୨ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ । ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ କଂଗ୍ରେସ ର ଲୋଇସିଂହା ବିଧାନ ସଭା ପ୍ରାର୍ଥୀ ଓମ୍ ପ୍ରକାଶ କୁମ୍ଭାର, କଂଗ୍ରେସ ନେତା ଶିବ ସାହୁ, ସୁରେନ୍ଦ୍ର ଅଶ୍ୱପାଲ, ବୁଲୁ ଖାନ ପ୍ରମୁଖ ମଞ୍ଚାସୀନ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like