-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
29-Apr-2024
ବୌଦ୍ଧ(ଦୁର୍ଯ୍ଯୋଧନ ବିଶି ): ଆଜି ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳିରୁ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ବୌଦ୍ଧ (୮୬)ନିର୍ବାଚନ ମଣ୍ଡଳିରୁ ବିଜେଡି ବିଧାୟକ ପ୍ରାର୍ଥୀଭାବରେ ପ୍ରଦୀପ କୁମାର ଅମାତ ସବ କଲେକ୍ଟର ପାଖରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କଣ୍ଟାମାଳ(୮୫)ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥୀ ଭାବରେ ମହିଧର ରଣା ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମେ ଶ୍ରୀରାମ ମନ୍ଦିର ନିକଟରୁ ଏକ
ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉଭୟ ନିର୍ବାଚନ ମଣ୍ଡଳିର ଦାୟିତ୍ବରେ ଥିବା ରିଟନିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ଶ୍ରୀ ଅମାତ ଷଷ୍ଠଥର
ପ୍ରାର୍ଥୀପତ୍ର ଦାଖଲ କରି ନିର୍ବାଚନ ମୈଦାନକୁ ଆସୁଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳିରୁ ତୃତୀୟ ଥର ବିଜେଡି ଦଳରୁ ବିଧାୟକ ପ୍ରାର୍ଥୀ ଭାବରେ ଶ୍ରୀରଣା ପ୍ରାର୍ଥିପତ୍ର ଦାଖଲ କରି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଚଳିତ ୨୦୨୪ ସାଧାରଣ ନିର୍ବାଚନ ବୌଦ୍ଧରେ ତ୍ରିମୁଖି ଲଢେଇ ହେବାର ସମ୍ଭାବନା ରହିଥିବା ବେଳେ କଣ୍ଟମାଳରେ ବିଜେଡି ଓ ବିଜେପି ମଧ୍ୟରେ କଡାମୁକାବିଲା ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି l