-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ସମ୍ବଲପୁର ଲୋକସଭା କଂଗ୍ରେସ ପ୍ରାର୍ଥୀ ଭାବେ ନଗେନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା I

29-Apr-2024



ସମ୍ବଲପୁର, (ସଂଜିବ ପାଣିଗ୍ରାହୀ )
? _ସମ୍ବିଧାନ, ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା କୁ ରକ୍ଷା କରିବା  ବର୍ତମାନ ସମୟର ଆବଶ୍ୟକତା : ନଗେନ୍ଦ୍ର ପ୍ରଧାନ I_ 
? _୩ ଥର ଆଠମଲ୍ଲିକ ଏବଂ ଥରେ ସମ୍ବଲପୁର ସାଂସଦ ଭାବେ ବିଜୟୀ ହୋଇଥିଲେ ନଗେନ୍ଦ୍ର I_ 
? _୨୦୦୪ ନବୀନ ସରକାର ରେ ଥିଲେ ଗଣଶିକ୍ଷା ମନ୍ତ୍ରୀ I_ 
? _ନଗେନ୍ଦ୍ର ଙ୍କୁ କଂଗ୍ରେସର ସମ୍ବଲପୁର ଲୋକସଭା ପ୍ରାର୍ଥୀତ୍ବ ଉଭୟ ବିଜେଡି ବିଜେପି ପାଇଁ ଆହ୍ୱାନ I_ 
? _ନଗେନ୍ଦ୍ର ଙ୍କ ନାମ ଘୋଷଣା ପରେ ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଙ୍କ ଶୁଭେଛା I_ 

 ସମ୍ବଲପୁର ଲୋକସଭା ର କଂଗ୍ରେସ ପ୍ରାର୍ଥୀ ଭାବେ ଆଜି ପୂର୍ବତନ ସାଂସଦ ତଥା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ନଗେନ୍ଦ୍ର କୁମାର ପ୍ରଧାନଙ୍କ ନାମ ଘୋଷଣା ହୋଇଛି I ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଯୁବ ନେତା ଦୁଲାଲ ଚନ୍ଦ୍ର ପ୍ରଧାନ ଙ୍କ ନାମ ଘୋଷଣା କରିଥିଲା l କିନ୍ତୁ, କଂଗ୍ରେସର ଘୋଷିତ ପ୍ରାର୍ଥୀ ଦୁଲାଲ ଙ୍କ ସ୍ଥାନରେ ଆଜି ଅଭିଙ୍କ ନଗେନ୍ଦ୍ର ଙ୍କ ନାମ ଘୋଷଣା କରିଛି ଦଳ l ନଗେନ୍ଦ୍ର ଙ୍କ ନାମ ଘୋଷଣା ପରେ ତାଙ୍କୁ ସମ୍ବଲପୁର ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଜୟ ଶଙ୍କର ମିଶ୍ର ତଥା ବହୁ କଂଗ୍ରେସ କର୍ମୀ ଶୁଭେଛା ଜଣାଇବା ସହିତ ଉତ୍ସାହିତ ଥିବା ଜଣାପଡିଛି I ସମ୍ବଲପୁର ଲୋକସଭା ଅନ୍ତର୍ଗତ ଆଠମଲ୍ଲିକ ବିଧାନସଭାରୁ ୩ ଥର ଏବଂ ଥରେ ସମ୍ବଲପୁର ସାଂସଦ ଭାବେ ବିଜୟୀ ହୋଇଥିବା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ନଗେନ୍ଦ୍ର ଙ୍କୁ କଂଗ୍ରେସ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବା ପରେ ଏହା ଉଭୟ ବିଜେଡି ଓ ବିଜେପି ର ହିସାବକୁ ବିଗାଡିବା ଥୟ ହୋଇଛି I ନଗେନ୍ଦ୍ର ପ୍ରଧାନ ପ୍ରଥମେ ୧୯୯୦ ରେ ଆଠମଲ୍ଲିକରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ I ବିଜେଡି ଗଠନ ହେବାପରେ ସେ ଏହି ଦଳରୁ ୨୦୦୦ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ I ୨୦୦୪ ରେ ତାଙ୍କୁ ପୁଣିଥରେ ବାଛିଥିଲେ ଆଠମଲ୍ଲିକବାସୀ I ୩ ଥର ବିଧାୟକ ରହିବା ସହ ଗୁରୁତ୍ବପୂର୍ଣ୍ଣ ଗଣଶିକ୍ଷା ବିଭାଗର ମନ୍ତ୍ରୀ ହୋଇଥିଲେ ନଗେନ୍ଦ୍ର I ୨୦୧୪ରେ ବିଜେଡି ତାଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା I ଏଥିରେ ନଗେନ୍ଦ୍ର ଜିତି ସମସ୍ତଙ୍କୁ ଚମକାଇ ଦେଇଥିଲେ I ହେଲେ ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା I ନଗେନ୍ଦ୍ର ବିଜେଡି ଛାଡି କଂଗ୍ରେସ ରେ ସାମିଲ ହୋଇଥିଲେ I ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ସମ୍ବିଧାନ, ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା କୁ ରକ୍ଷା କରିବା ବୋଲି କଂଗ୍ରେସ ରେ ଯୋଗଦାନ ସମୟରେ ନଗେନ୍ଦ୍ର ପ୍ରକାଶ କରିଥିଲେ I ନଗେନ୍ଦ୍ର ପ୍ରଧାନ ଜଣେ ଦୃଢ ସଙ୍ଗଠକ ଏବଂ ତାଙ୍କର ରୋକଠୋକ୍ କଥା ପାଇଁ ବେଶ ଚର୍ଚ୍ଚିତ I ଚାଷୀ ପରିବାର ରୁ ଆସିଥିବା ନଗେନ୍ଦ୍ର ସବୁବେଳେ ଚାଷ ଏବଂ ଚାଷୀ ର ଉର୍ନତି ପାଇଁ ଲଢେଇ କରିଥାନ୍ତି I ରାଜ୍ୟ ତଥା କେନ୍ଦ୍ର ସରକାର ଚାଷୀ ଙ୍କୁ ସର୍ବ ନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ରେ ବିଫଳ ହେବା, ଚାଷୀ ଆତ୍ମହତ୍ୟା କୁ ସରକାର ସ୍ୱୀକାର ନ କରିବା ନେଇ ସାଂସଦ ଥିବା ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଙ୍କୁ ସିଧା ସଳଖ ତୀର ମାରି ଚର୍ଚ୍ଚା ରେ ରହିଥିଲେ I ରାଜ୍ୟରେ ଚାଲୁଥିବା ଅମଳାତନ୍ତ୍ରିକ ଶାସନ ବ୍ୟବସ୍ଥା କୁ ନେଇ " ନେତା ବଡ଼ ନା ଅଫିସର ବଡ଼ " ବୟାନ ଦେଇ ରାଜ୍ୟରେ ଚାଲୁଥିବା ହୁଗୁଳା ଶାସନ କୁ କଟୁ ସମାଲୋଚନା କରିଥିଲେ I
ସମ୍ବଲପୁର ଲୋକସଭା ସାଂସଦ ଥିବା ସମୟରେ ପଶ୍ଚିମ ଓଡିଶା ହାଇ କୋର୍ଟ ବେଞ୍ଚ ସମ୍ବଲପୁର ରେ ପ୍ରତିଷ୍ଠା ହେବା, ଓଡିଶାର ଦ୍ଵିତୀୟ ରାଜଧାନୀ ସମ୍ବଲପୁର ରେ ଓଡିଶା ବିଧାନସଭାର ଶୀତ କାଳୀନ ଅଧିବେଶନ କରିବା, ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟାଳୟ ଭୁବନେଶ୍ୱର ରୁ ସମ୍ବଲପୁର କୁ ସ୍ଥାନାସ୍ତରିତ ହେବା, ମହାନଦୀ - ବ୍ରାହ୍ମଣୀ ନଦୀ ସଂଯୋଗୀକରଣ ପ୍ରକଳ୍ପ କରିବା, ଜାତୀୟ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ମାଟି ଖିଣ୍ଡା, ସନ୍ଥ କବି ଭୀମ ଭୋଇ ଙ୍କ ସୃତି ପୀଠ ରେଢ଼ାଖୋଲ ର କନ୍ଧରା, ଦେବଗଡ଼ ର ପ୍ରଧାନପାଟ ଜଳ ପ୍ରପାତ ଆଦି ର ବିକାଶ ପାଇଁ ଦୃଢ ଦାବି କରିଥିଲେ I ସମ୍ବଲପୁର ରେ ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନ "ଆଇଆଇଏମ୍ " ପ୍ରତିଷ୍ଠା,ରାଜଧାନୀ ଏକ୍ସପ୍ରେସ୍ ଟ୍ରେନ ଚଳାଚଳ, କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ର ଚିର ଅବହେଳିତ ଜମନାକିରା ବ୍ଲକ ର ସରଡ଼ା ଏବଂ ବର୍ଷ କୁ ୪ ମାସ ଜଳ ବନ୍ଦୀ ଜୀବନ ଅତିବାହିତ କରୁଥିବା ରେଙ୍ଗାଲି ନିର୍ବାଚନ ମଣ୍ଡଳୀର କୁଦଗୁଣ୍ଡେରପୁର କୁ ସାଂସଦ ଆଦର୍ଶ ଗ୍ରାମ ରେ ସାମିଲ କରି ଉଭୟ ପଞ୍ଚାୟତ ର ସର୍ବାଙ୍ଗୀନ ବିକାଶ କରିବା ଆଦି ନଗେନ୍ଦ୍ର ଙ୍କ ପ୍ରଚେଷ୍ଟା ର ପ୍ରତିଫଳନ ଅଟେ I ତେବେ ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡ଼ି ବିଜେପି ପ୍ରାର୍ଥୀ ନବାଗତ ଥିବା ବେଳେ କଂଗ୍ରେସ ଅଭିଜ୍ଞ ନଗେନ୍ଦ୍ର ଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ଉଭୟ ଦଳ ପାଇଁ ବଡ଼ ଆହ୍ୱାନ ପାଲଟିଛି I ଭାରତୀୟ ଜାତୀୟ କଂଗ୍ରେସ ସମ୍ବଲପୁର ଲୋକସଭା ରୁ ପ୍ରାର୍ଥୀ କରିଥିବାରୁ ଲୋକସଭା ନିର୍ବାଚନ ମଣ୍ଡଳୀବାସୀଙ୍କ ସହଯୋଗ କାମନା କରିବା ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା ଜନ ନାୟକ ରାହୁଲ ଗାନ୍ଧୀ, ରାଜ୍ୟ ପ୍ରଭାରୀ ଅଜୟ କୁମାର, ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧକ୍ଷ ଭକ୍ତ ଚରଣ ଦାସ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ନଗେନ୍ଦ୍ର କୁମାର ପ୍ରଧାନ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like