-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
28-Apr-2024
କର୍ଲାମୁଣ୍ଡା (ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ଆଦିବାସୀ ସଂଘ ସଭାପତି ସୁରେନ୍ଦ୍ର ଭୋଇ ବିଜେଡି ରୁ ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେବା ପରେ ବିଜେଡି ପାଇଁ ଝଟକା ସୃଷ୍ଟି ହୋଇଛି। ସେ ଦୀର୍ଘ ଦିନ ଧରି ବିଜେଡି ର ସକ୍ରିୟ ସଭ୍ୟ ଭାବେ ସଂଘଠନ କୁ ମଜବୁତ କରିବା ନେଇ ସବୁବେଳେ ଉଦ୍ୟମ ଜାରି ରଖିଥିଲେ। ଏହା ବ୍ୟତୀତ ସେ ବ୍ଲକ ଆଦିବାସୀ ସଂଘ ସଭାପତି ଭାବେ ଦୀର୍ଘ ୧୫ ଧରି ଆଦିବାସୀ ସଂଘଠନ କୁ ମଜବୁତ କରିବାରେ ସଫଳ ହୋଇଛନ୍ତି।ତେବେ ସେ ବିଜେଡି ଛାଡିବା ପରେ କଂଗ୍ରେସ ରେ ଯୋଗ ଦେଇଥିବା ଜଣାପଡିଛି। ଚଳିତ ନିର୍ବାଚନ ରେ ତାଙ୍କୁ ଅଣଦେଖା କରାଯାଇଥିବା ନେଇ ଅଭିଯୋଗ କରି ବିଜେଡି ଦଳରୁ ଇସ୍ତଫା ଦେଇଥିବା ସୁଚନା ଦେଇଛନ୍ତି।