-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
28-Apr-2024
(ଡୋଲେଶ୍ଵର ବାଗ)
ନୂଆପଡ଼ା ଜିଲ୍ଲା ବୋଡ଼େନ ଠାରେ ବହୁ ବିଜେଡ଼ି କର୍ମୀ ବିଜେପି ରେ ଯୋଗଦାନ କରିଛନ୍ତି।ପୂର୍ବତ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପାଞ୍ଜଳୀ ପାଣ୍ଡେ ଙ୍କ ସମେତ ବହୁ ଯୁବ କର୍ମୀଙ୍କ ବିଜେପି ରେ ଯୋଗଦାନ କରିଛନ୍ତି। ଆଇନଜୀବୀ ନନ୍ଦଲାଳ ପାଣ୍ଡେ, ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣୀତ ହୋଇ ବିଜେପି ରେ ଯୋଗଦାନ କରିଥିବା ବେଳେ ବିଜେଡ଼ି ଦଳ ବର୍ତ୍ତମାନ ହାତଗଣତି ମୁଷ୍ଟିମେୟ ବ୍ୟକ୍ତିଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ କର୍ମୀ ଏବଂ ଜିଲ୍ଲା ସ୍ତରୀୟ ନେତୃମଣ୍ଡଳୀ ଙ୍କୁ ଅଣଦେଖା ଏବଂ ପ୍ରାଧାନ୍ୟ ଦେଉନାହାନ୍ତି। ବୋଡ଼େନ ଠାରେ ଏକ ନିର୍ବାଚନୀ ସଭାରେ ବିଜେପି ରେ ଯୋଗଦାନ କରିଥିବା ବେଳେ ଆଦିବାସୀ ନେତା ବାଳକୃଷ୍ଣ ଶବରଙ୍କ ସହ ବହୁ ଯୁବ କର୍ମୀଙ୍କ ବିଜେପିରେ ଯୋଗଦାନ କରିଛନ୍ତି। ସମସ୍ତ ଅତିଥିଙ୍କୁ ଫୁଲତୋଡ଼ା, ଉପଢୋକନ ଏବଂ ଟୋପି ଦେଇ ତାଙ୍କୁ ସ୍ବାଗତ କରିଛନ୍ତି। ସେହିପରି ବୋଡ଼େନ ର ସନ୍ଦୀପ ଦଣ୍ଡସେନା ମଧ୍ୟ ସମର୍ଥକ ଙ୍କ ସହ ଆଜି ବିଜେପି ରେ ଯୋଗଦାନ କରିଛନ୍ତି।