-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
28-Apr-2024
ନବରଙ୍ଗପୁର :(-ମିହିର ଶଙ୍କର ପାତ୍ର,)
ଡାବୁଗାଁ ବ୍ଳକ ସଦର ମହକୂମା ଜୟନ୍ତୀନଗର ରୁ ଦୁଇ ଜଣ ଯୁବକ କଂଗ୍ରେସ ଦଳ ଛାଡ଼ି ବିଜେଡି ଦଳ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସ୍ଵଇଚ୍ଛାରେ ମିଶିଛନ୍ତି l ସେ ଦୁଇ ଜଣ ହେଲେ କଂଗ୍ରେସ ର ବହୁଦିନର କର୍ମୀ ବୁଟୁ ଜେନା ଓ ରିଣ୍ଟୁ ଜେନା l ସେ ଆଜି ବିଜେଡି ଦଳୀୟ କାର୍ଯ୍ୟାଳୟରେ ଆସି ବ୍ଳକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ଉପଦେଷ୍ଟା ମଳୟ ବିଶୋୟୀ ଓ କୈଳାଶ ବିଶୋୟୀ, ଜିଲ୍ଲା ପରିଷଦ ସଭ୍ଯ ଗୁପ୍ତ ବିଶୋୟୀ,ପି ନାଗା ରାଓ, ଏମ୍ ବାସୀ ରାଓ, ଜୀ ରାଜ ଶେଖର ରାଓ (ପେଦା ବାବୁ) ପ୍ରମୂଖଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସାମିଲ ହୋଇ ଥିବାରୁ ଦଳୀୟ ଉତ୍ତରୀ ଦେଇ ସ୍ଵାଗତ କରିଥିଲେ l ସେ ଦୁହେଁ ଉକ୍ତ ଦଳ ରେ ମିଶି ଥିବାରୁ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ l ଜୟ ବିଜେଡି, ଜୟ ନବୀନ,ଜୟ ଶଙ୍ଖ ଧ୍ବନିରେ କାର୍ଯ୍ୟାଳୟ ପ୍ରକମ୍ପିତ ହୋଇ ଉଠିଥିଲା।