-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Apr-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ) ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୬୪- ବୀରମହାରାଜପୁର ଓ ୬୫- ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଵିଧିବଦ୍ଧ ନିର୍ବାଚନ ବିଜ୍ଞପ୍ତି ତା ୨୬/୦୪/୨୪ ରିଖ ଦିନ ପ୍ରକାଶିତ ହୋଇଯାଇଛି l ପ୍ରଥମ ଦିନ କେହି ଜଣେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରି ନଥିବା ବେଳେ ଆଜି ଦ୍ଵିତୀୟ ଦିନରେ ନିର୍ବାଚନ ଖର୍ଚ୍ଚ ପରିଚାଳନା କୁ ନିରପେକ୍ଷ, ସ୍ୱଚ୍ଛ ଓ ବ୍ୟବସ୍ଥିତ ଭାବେ କାର୍ଯ୍ୟକାରିତା ଉପରେ ଭାରତ ନିର୍ବାଚନ କମିଶନ ଙ୍କ ଦ୍ୱାରା ନିଯୁକ୍ତ ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୋଦ ପି.ଶାହାକର, ଆଇ.ଆର.ଏସ. ସୁବର୍ଣ୍ଣପୁର ପହଞ୍ଚି ଜିଲ୍ଲା ପାଇଁ ନିୟୋଜିତ ବିଭିନ୍ନ କମିଟିର ନୋଡାଲ ଅଧିକାରୀ ତଥା ସଦସ୍ୟ ସଦସ୍ୟା ଙ୍କ ସହ ଖର୍ଚ୍ଚ ପରିଚାଳନା ଉପରେ ବିସ୍ତୃତ ଆଲୋଚନା କରିବା ସହ କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି l ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନ୍ୟା ଦାସ ଜିଲ୍ଲାରେ ନିର୍ବାଚନ ସୁପରିଚାଳନା ନିମନ୍ତେ ନିଆଯାଇଥିବା ବିଧିବ୍ୟବସ୍ଥା ତଥା ପ୍ରସ୍ତୁତି ଉପରେ ପାୱାର ପଏଣ୍ଟ ମାଧ୍ୟମରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କୁ ଅବଗତ କରାଇଥିଲେ l ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟସ ପ୍ରତାପ ଶ୍ରୀମଲ , ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ , ଜିଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ନିଙ୍ଗ ଅଧିକାରୀ ତଥା ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀ ର ରିଟର୍ଣ୍ଣିଙ୍ଗ ଅଧିକାରୀ ତଥା ଉପଜିଲ୍ଲାପାଳ ସୋନପୁର ସୁରଜ କୁମାର ପଟ୍ଟନାୟକ, ସମସ୍ତ ଏ ଆର ଓ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ସମ୍ପୃକ୍ତ ନିର୍ବାହୀତ କାର୍ଯ୍ୟକାରିତା ର ତଥ୍ୟ ଉପସ୍ଥାପନ କରିଥିଲେ l ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ଶାହାକର ନିର୍ବାଚନ ପରିଚାଳନା ରେ ସମ୍ପୃକ୍ତ ବିଭିନ୍ନ ନୋଡାଲ ଅଧିକାରୀ, ଫ୍ଲାଇଂସ୍କୁର୍ଡ, ସି-ଭିଜିଲ, ପୋଲିସ , ଅବକାରୀ, ଆୟକର, ବିକ୍ରିକର, ଅତିରିକ୍ତ ଖର୍ଚ୍ଚ ସହ ଗଣମାଧ୍ଯମ ନିରୀକ୍ଷଣ, ପେଡ୍ ନ୍ୟୁଜ୍ ଇତ୍ୟାଦି ଉପରେ ସମୀକ୍ଷା କରିଥିଲେ l ପ୍ରାର୍ଥୀଙ୍କ ଖର୍ଚ୍ଚ ହିସାବ କଡ଼ାକଡ଼ି କରିବା ସହ ଶୂନ୍ୟ ପକ୍ଷପାତିତା ରେ ରେ ନିର୍ବାଚନ ପରିଚାଳନା କରିବାକୁ ନିର୍ଦେଶ ଦେଇଥିଲେ l ନିର୍ବାଚନରେ ନିଶା କାରବାର ଓ ଟଙ୍କାର ବେଆଇନ ବ୍ୟବହାର ରୋକିବାକୁ ବିଭିନ୍ନ ସ୍ଥାନରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବେରିକେଡିଂ କରି ମିଳିତ ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ । ଏହା ସହ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରମୋଦ ପି.ଶାହାକର ବିଭିନ୍ନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରିତା ଓ ପରିଚାଳନା ଉପରେ ଅଧିକାରୀଙ୍କୁ ପଚାରି ବୁଝିଥିଲେ ।