-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
24-Apr-2024
ବୀରମହାରାଜପୁର,(ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ସରକାରୀ ୟୁପି ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଦେବକାନ୍ତ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ଉକ୍ତ ବାର୍ଷିକ ଉତ୍ସବ ରେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ମୁଖ୍ୟ ଅତିଥି , ଅମରପାଲି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବହଳପଦର କ୍ଲଷ୍ଟର ର ସିଆରସିସି କମ୍ଭୁଧର ପ୍ରଧାନ,ସ୍କୁଲ ପରିଚାଳନା କମିଟିର ସଭାପତି ବିଶ୍ଵାମିତ୍ର ସେଠୀ,ମୋ ସ୍କୁଲ ଅଭିଯାନ କମିଟିର ସଭାପତି ପ୍ରଫୁଲ୍ଲ ଦନ୍ତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଶିକ୍ଷକ ରଜତ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ଦେବକାନ୍ତ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିବା ସହିତ ସ୍କୁଲର ବିଭିନ୍ନ ସମସ୍ୟା ବିଷୟରେ ବିଇଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅମରପାଲି ୟୁପି ସ୍କୁଲର ଶିକ୍ଷକ ପ୍ରାଣବନ୍ଧୁ ସାହୁ ସଭା ସଂଯୋଜନା କରିଥିବା ବେଳେ ପୂର୍ବତନ ସିଆରସିସି ପ୍ରଦୀପ ଜଗଦଲା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ଏକ ସ୍ମାର୍ଟ କ୍ଲାସ ରୁମ୍ କୁ ଅତିଥି ମାନଙ୍କ ଦ୍ଵାରା ମଧ୍ୟ ଉଦ୍ଘାଟନ କରାଯାଇଥିଲା। ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା।ସଭା ପରେ ସ୍କୁଲର ର ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।