-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
24-Apr-2024
କଣ୍ଟାମାଳ (ଜୟ କୁମାର ମହାରଣା )
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ( କଲେଜ )ରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ରେ ଭୋଟର ସଚେତନତା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି |ଏହି ଅବସରରେ ବିଦ୍ୟାଳୟ ଅଧ୍ୟକ୍ଷ ଦେବେନ୍ଦ୍ର ନାରାୟଣ ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପ୍ରାଧ୍ୟାପକ ସୁରେଶ କୁମାର ପଣ୍ଡା, ଅଧ୍ୟାପକ ବିଶେଶ୍ୱର ପାଣିଗ୍ରାହୀ ମଞ୍ଚାସିନ ରହି ଭୋଟର ସଚେତନତା ଶିବିର ର ବିଭିନ୍ନ ଦିଗ, ନୂତନ ଭୋଟର ପଞ୍ଜିକରଣ,ସୁଦୃଢ ଦେଶ ଗଠନ ରେ ଯୁବ ଭୋଟର ଙ୍କ ଭୂମିକା ବିଷୟରେ ଛାତ୍ରଛାତ୍ରୀ ଙ୍କୁ ବୁଝାଇଥିଲେ |ବିଭାଗୀୟ ସଂଯୋଜିକା ପ୍ରଜ୍ଞା ପରିମିତା ମିଶ୍ର ସଭା ପରିଚାଳନା କରିଥିବାବେଳେ କ୍ରୀଡା ଅଧ୍ୟାପକ ନାରାୟଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |