-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||     

HOME   ରାଜନୀତି

ଫୋକସରେ ପଶ୍ଚିମଓଡିଶା.. କଣ୍ଟାବାଞ୍ଜି ଆସନରେ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେଡି ମହଲରେ ଖୁସିର ଲହରୀ, କୋସଲ ପ୍ରସଙ୍ଗ ଉଠିବାରୁ ମୁଖ୍ୟମନ୍ତ୍ରୀ ଭୟଭିତ-ନରସିଂହ

17-Apr-2024



ବାଲାଙ୍ଗୀର(ପ୍ରେରଣା ଖବର ): ଆସନ୍ତା ସାଧାରଣ ନିର୍ବାଚନରେ ଶାସକ ବିଜେଡି ଦଳ ପଶ୍ଚିମ ଓଡିଶାକୁ ଫୋକସ କରିଥିବା ସ୍ପଷ୍ଟ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଆସନରେ ଲଢିବାକୁ ନିଷ୍ପତ୍ତି ନେଇ ନେଇ ପ୍ରାର୍ଥି ହୋଇଛନ୍ତି । ଫଳରେ ଆଜିର ଏହି ଘୋଷଣାପରେ ବିଜେଡି ଶିବିରରେ ଖୁସିର ଲହରୀ ଖେଳିଯାଇଛି । ବିଜେଡି ଦଳର ବରିଷ୍ଠ ନେତା ଅନଙ୍ଗଉଦୟ ସିଂଦେଓ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏତେ ଲୋକପ୍ରୀୟ ନେତା ଯେ,ସେ ଯେ କୌଣସି ନିର୍ବାଚନମଣ୍ଡଳିରେ ଛିଡାହେଲେ ଜିଣିବେ । ୬ଷ୍ଠଥର ସେ ମୁଖ୍ୟମନ୍ତ୍ରୀ ହେବେ । ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଆସନରେ ନବୀନ ବାବୁ ଛିଡା ହେବାକୁ ନିଷ୍ପତ୍ତି ନେଇଥିବାରୁ ସେ ଏହାକୁ ସ୍ୱାଗତ କରିଛନ୍ତି ଓ ବିରୋଧି ସଂପୂର୍ଣ୍ଣ ଭାବେ ନିର୍ବାଚନରେ ପରାଜିତ ହେବେ ବୋଲି କହିଛନ୍ତି । ସେପଟେ କିନ୍ତୁ ଆଞ୍ଚଳିକ ବୈଷମ୍ୟ ଓ କୋସଲ ରାଜ୍ୟ ପ୍ରସଙ୍ଗ ଉଠିବାରୁ ମୁଖ୍ୟମନ୍ତ୍ରୀ ଭୟଭିତ ହୋଇପଡିଛନ୍ତି । ତାଙ୍କର ପ୍ରାର୍ଥିମାନେ ହାରିଯିବାର ଭୟ ରହିଛି ସେଥିପାଇଁ ସେ ନିଜେ ଆସି କଣ୍ଟାବାଞ୍ଜିରେ ଛିଡାହେବାକୁ ପଡୁଛି ବୋଲି କଂଗ୍ରେସର ବରିଷ୍ଠନେତା ନରସିଂହ ମିଶ୍ର କହିଛନ୍ତି । ପ୍ରକାଶ ଯେ, ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳିର ୭ଟି ବିଧାନସଭା କ୍ଷେତ୍ରରୁ ଏପର୍ଯ୍ୟନ୍ତ ୬ଟି ଆସନରେ ବିଜେଡି ପ୍ରାର୍ଥି ଘୋଷଣା କରିଥିଲା । କିନ୍ତୁ କଣ୍ଟାବାଞ୍ଜି ଆସନ ଝୁଲି ରହିଥିଲା । ଗତ କିଛିଦିନ ହେଲା କଂଗ୍ରେସରୁ ପ୍ରାର୍ଥି ହୋଇଥିବା ବିଧାୟକ ସନ୍ତୋଷସିଂ ସାଲୁଜା(କୁକୁସିଂ) କଂଗ୍ରେସ ଦଳ ଛାଡି ବିଜେଡିକୁ ଯିବେ ଓ ପ୍ରାର୍ଥି ହେବେ ବୋଲି ଶୁଣାଯାଉଥିଲା । କିନ୍ତୁ ଶେଷରେ ସେହି କଲ୍ପନାଜଲ୍ପନାର ଅନ୍ତ ହୋଇଯାଇଛି । ତେବେ ଚଳିତଥର ବିଜେଡିଦଳରୁ ପ୍ରାର୍ଥି ହେବାକୁ ଅନେକଗୁଡିଏ ଆଶାୟୀଥିଲେ । ପୂର୍ବତନ ବିଧାୟକ ଆୟୁବ ଖାନ,ଗତଥରର ବିଧାୟକପ୍ରାର୍ଥି ଅଜୟ ଦାସ,ଆଦିବାସୀ ନେତ୍ରୀ ନୀରୂପମା ମାଝୀ ପ୍ରମୁଖ ଦାବିଦାର ରହିଥିଲେ । ତେବେ ଗତ ୨୦୧୯ ନିର୍ବାଚନରେ ମାତ୍ର ୧୨୮ଟି  ଭୋଟରେ ହାରିଥିବା ଯାଦବ ନେତା ଲକ୍ଷ୍ମଣ ବାଗଙ୍କୁ ଚଳିତଥର ଭାଜପା ପୁଣିଥରେ ପ୍ରାର୍ଥି କରିଛି । ଚଳିତଥର କେନ୍ଦ୍ରସରକାର କଣ୍ଟାବାଞ୍ଜିଠାରେ ୨୪୪କୋଟି ଟଙ୍କାର ଏକ ରେଳୱାଗନ ମରାମତି କାରଖାନାର ଅନୁମୋଦନ କରାଇଛନ୍ତି । ସେହିପରି ରେଳବିଭାଗ କଣ୍ଟାବାଞ୍ଜି, ତୁରେକେଲା, ଲାଠୋର ଇତ୍ୟାଦି ରେଳ ଷ୍ଟେସନର ଉନ୍ନତି ମଧ୍ୟ କରାଇଛନ୍ତି । ତେଣୁ ଭାଜପା ସାଂସଦ ପ୍ରାର୍ଥି ସଂଗୀତାକୁମାରୀ ସିଂଦେଓ ଓ କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥି ଲକ୍ଷ୍ମଣ ବାଗଙ୍କ ପଲା ଭାରି ରହିଛି । ସେପଟେ କଂଗ୍ରେସଦଳରୁ ପ୍ରାର୍ଥି ହୋଇଥିବା ସନ୍ତୋଷସିଂ ସାଲୁଜା ଗତଥର ଅପେକ୍ଷା ଏଥର ଅଧିକ ମଜବୁତ ରହିଛନ୍ତି । ତାଙ୍କ ନିଜଭାଇ ବରିୟାମ ସିଂ ସାଲୁଜାଙ୍କୁ କଣ୍ଟାବାଞ୍ଜି ଏନଏସିର ଅଧ୍ୟକ୍ଷ କରିଥିବା ବେଳେ ବଙ୍ଗୋମୁଣ୍ଡା ଓ ତୁରେକେଲା ବ୍ଲକରେ ନିଜର ସମର୍ଥକଙ୍କୁ ଅଧ୍ୟକ୍ଷ ପଦରେ ବସାଇ ନିଜର ସ୍ଥିତିକୁ ମଜବୁତ କରିଛନ୍ତି । ସେଥିପାଇଁ କୁକୁ ସିଂ ପୁଣିଥରେ ବିଧାୟକ ଭାବରେ ଜିଣିପାରନ୍ତି ବୋଲି ଆକଳନ କରାଯାଉଥିଲା । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କଣ୍ଟାବାଞ୍ଜି ପ୍ରାର୍ଥି ହେବାପରେ ସମୀକରଣ ବଦଳିବ ବୋଲି କୁହାଯାଉଛି । ତେବେ ଦାଦନଗଡ ଭାବରେ ପରିଚିତ କଣ୍ଟାବାଞ୍ଜିରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥି ହେଉଥିବାରୁ ଏବେ କଣ୍ଟାବାଞ୍ଜିର ଭାଗ୍ୟ ବଦଳିପାରେ ବୋଲି ଆଲୋଚନା ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026
  ଜିଲ୍ଲା  
ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   04-Oct-2026
  ଜିଲ୍ଲା  
ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ   04-Oct-2026
  ଜିଲ୍ଲା  
ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   04-Oct-2026
  ଜିଲ୍ଲା  
ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   03-Oct-2026
  ଜିଲ୍ଲା  
କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   03-Oct-2026

You Might Also Like