-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
11-Apr-2024
ବାଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗୀର ସହରର ଜଣାଶୁଣା ବ୍ୟବସାୟୀ ସୋମରାଜଗ୍ରୁପର ମାଲିକ ଓମପ୍ରକାଶ ଚାନ୍ଦଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ଚାନ୍ଦ(୫୫)ଙ୍କର ଦେହାନ୍ତ ହୋଇଯାଇଛି । ସେ ପ୍ରାୟ ୨ମାସ ହେଲା ପ୍ଲିହାସଂକ୍ରମଣ ରୋଗରେ ଆକ୍ରାନ୍ତହୋଇ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଅନେକ ଚେଷ୍ଟା ସତ୍ୱେ ବୁଧବାର ଦିନ ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୁଷ୍ପାଞ୍ଜଳିଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ ପାଇଛି । ଆଜି ସଂଧ୍ୟାରେ ତାଙ୍କ ମରଶରୀରକୁ ବଲାଙ୍ଗୀର ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ।