-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
11-Apr-2024
ତରଭା(କପିଳାସ ସେଠ): ତରଭା ଏନ ଏ ସି ର କୁମ୍ଭାର ପଡା ଭାଗବତ ମନ୍ଦିର ନିକଟରେ ତଥା ୱାର୍ଡ ନମ୍ବର ୯ ଓ ୬ ମିଶ୍ରଣ ଛକଠାରେ ଥିବା ବିଦ୍ୟୁତପୋଳ ହଟାଇବା ପାଇଁ ମାର୍ଚ୍ଚ ୨୨ତାରିଖ ରେ ପ୍ରେରଣା ନିଉଜ୍ ପୋର୍ଟାଲରେ ଖବର ପ୍ରକାଶ ପାଇଥିଲା I ଖବର ପ୍ରକାଶ ପରେ ବିଦ୍ୟୁତ ବିଭାଗ ତତ୍ପରତା ପ୍ରକାଶ କରି ଉକ୍ତ ସ୍ଥାନ ରୁ ବିଦ୍ୟୁତ ଖୁଣ୍ଟ କୁ ହଟାଇ ଦେଇଥିବାରୁ ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ I ଏହି ପୋଳ ଥିବା ଯୋଗୁଁ ଯାତାୟାତ ରେ ନାହିଁ ନଥିବାର ଅସୁବିଧା ଦେଖା ଦେଉଥିଲା I ଅନେକ ସମୟରେ ସାଇକେଲ କିମ୍ବା ଚାଲି ଯିବାପାଇଁ ମଧ୍ୟ୍ୟ ସମସ୍ୟା ଦେଖାଦେଉ ଥିଲା I ଏହି ରାସ୍ତା ର ପୋଳ କୁସମ୍ପୂର୍ଣ୍ଣ ଭାବରେ ଅପସାରଣ (ହଟାଇ )ଦିଆଯିବା ପରେ ମଟର ସାଇକେଲ ମଧ୍ୟ୍ୟ ଠିକ ଭାବରେ ଯିବା ଆସିବା ହୋଇ ପାରୁଛି I ଆଗାମୀ ଦିନରେ ଏନ ଏ ସି ପକ୍ଷରୁ ଏହି ରାସ୍ତାରେ ଭୁତଳନାଲା ଓ ରାସ୍ତା ନିର୍ମାଣ କରାଗଲେ ଅଞ୍ଚଳବାସୀ ଆହୁରି ସୁବିଧା ପାଇଁ ପାରିବେ ବୋଲି ଆଲୋଚନା ହେଉଛି I