-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
03-Apr-2024
ଲୋଇସିଂହା, (ବିନୋଦ କୁମାର ଦୀପ) ଆଜି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବିଜେଡି ପକ୍ଷରୁ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ନିହାର ରଞ୍ଜନ ବେହେରା ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି l ଏହି ପରିପ୍ରେକ୍ଷୀରେ ପ୍ରଥମେ ଏକ ବିରାଟ ବାଇକ୍ ଶୋଭାଯାତ୍ରା ଭରସୁଜା ମା ଛେଲିଆ ପାଟ ମନ୍ଦିର ରୁ ବାହାରି ଆଗଲପୁର ପର୍ଯ୍ୟନ୍ତ ପରିଭ୍ରମଣ କରା ଯାଇଥିଲା l ତା ପରେ ଆଗଲପୁର ସାପ୍ତାହିକ ବଜାର ପ୍ରାଙ୍ଗଣ କୁ ରାଲି ପହଞ୍ଚି ଥିଲା l ସେଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା, ଲୋଇସିଂହା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଦଳ ତରଫରୁ ଶ୍ରୀ ନିହାର ରଞ୍ଜନ ବେହେରା ଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଓ ଫାଇଭ ଟି ଅଧ୍ୟକ୍ଷ ଭିକେ ପଣ୍ଡିଆଣ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ସମ୍ବର୍ଦ୍ଧନା ସଭା କୁ ବ୍ଲକ ବିଜେଡି ସଭାପତି ଶ୍ରୀ ପଞ୍ଚୁ ପଧାନ ପରିଚାଳନା କରିଥିଲେ l ବ୍ଲକ ବିଜେଡି ଯୁବ ସଭାପତି ଶ୍ରୀ ନାରାୟଣ ସାହୁ ଯୋଗ ଦେଇଥିଲେ l ତା ସଙ୍ଗେ ସଙ୍ଗେ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ, ଜିଲ୍ଲା ପରିଷଦ ଜୋନ୍ ୨ ର ସଭ୍ୟ ବୀଣାପାଣି ଦାସ, ଜୟନ୍ତ ବେହେରା, ଗୋବର୍ଦ୍ଧନ ସାହୁ, ବୁଦ୍ଧଦେବ ସାହୁ ଓ ସମସ୍ତ ବରିଷ୍ଠ ବିଜେଡି କର୍ମୀ ମାନେ ମଞ୍ଚାସିନ ଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଅଞ୍ଚଳର ହଜାର ହଜାର ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ଥିଲେ। ସମସ୍ତ ବିଜେଡି କର୍ମୀ ନିହାର ରଞ୍ଜନ ବେହେରା ଙ୍କ ପ୍ରାର୍ଥୀତ୍ବ ଘୋଷଣା କୁ ସ୍ବାଗତ କରିବା ସହ ଆଗାମୀ ନିର୍ବାଚନ ରେ ବିଜୟ ସୁନିଶ୍ଚିତ ବୋଲି ମତ ପ୍ରକାଶ କରିଥିଲେ ଓ ଖୁସିବ୍ୟକ୍ତ ହୋଇ ନାରାବାଜି ଦେଇଥିଲେ l ବିଜେଡି ପ୍ରାର୍ଥୀ ଶ୍ରୀ ନିହାର ରଞ୍ଜନ ବେହେରା ସମସ୍ତଙ୍କ ସହଯୋଗ ରେ ଦଳ ଆଗକୁ ବଢିବା ସହିତ ବିଜୟ ଲାଭ କରି ପାରିବ ବୋଲି ନିଜ ମତ ପ୍ରକାଶ କରିଥିଲେ ଓ ସମସ୍ତ କର୍ମୀ ଙ୍କୁ ଧନ୍ୟବାଦ୍ ଦେଇଥିଲେ l