-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
20-Mar-2024
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଯଶୋଦାଦେବୀ ନର୍ସିଂ ସ୍କୁଲ ସୁବର୍ଣ୍ଣପୁର ପ୍ରକୋଷ୍ଠରେ ବିଶ୍ୱ ମୁଖ ଗହ୍ୱର ଦିବସ ପାଳିତ ହୋଇଯାଇଛି I ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡ଼ା.ରମେଶ ଚନ୍ଦ୍ର ସ୍ୱାଇଁ, ଡା ସତ୍ୟ ନାରାୟଣ ପଣ୍ଡା ଦାନ୍ତ ବିଶେଷଜ୍ଞ, ଡା ଧରଣୀଧର ସିଂ ଏପିଡେମିଓ ଲୋଜିଷ୍ଟ , ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ଓ ଅଧ୍ୟକ୍ଷ ଲିଙ୍କନ ପଣ୍ଡା ଉପସ୍ଥିତ ରହି ଏହି ଦିବସ ପାଳନର ଉଦେଶ୍ୟ ବିଷୟରେ ସଚେତନତା ସୃଷ୍ଟି କରି ମୁଖ ଗହ୍ୱର ରୋଗର ଦୂରୀକରଣ ନିମନ୍ତେ ଲୋକ ମାନଙ୍କ ମନରେ ଥିବା ଅନ୍ଧବିଶ୍ୱାସକୁ ଦୁରେଇ ମୁଖ ଏକ ମୂଲ୍ୟବାନ ଅଙ୍ଗ,ଏହା ପ୍ରାଣୀର ଦର୍ପଣ ସଦୃଶ ତେଣୁ କିଛି ବି ମୁଖର ସମସ୍ୟା ଦେଖାଦେଲେ ସଙ୍ଗେ ସଙ୍ଗେ ତୁରନ୍ତ ମୁଖ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଏକ ସୁସ୍ଥ ସୁନ୍ଦର ସମାଜ ଗଠନରେ ସହାୟକ ହୋଇପାରିବ I ଅତିଥି ମାନେ ୧୦ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ଉକ୍ତ ସଭାରେ ଯଶୋଦାଦେବୀ ନର୍ସିଂ ସ୍କୁଲ ସୁବର୍ଣ୍ଣପୁରର ଛାତ୍ରଛାତ୍ରୀ, ସ୍ୱାସ୍ଥ୍ୟ ଅଧିକାରୀ, ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ I ଶେଷରେ ଉପସ୍ଥିତ ସମସ୍ତ ସଭ୍ୟସଭ୍ୟା ମାନଙ୍କୁ ପ୍ରମୋଦ କୁମାର ସାହୁ ଜ଼ିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ଘୋଷଣା କରିଥିଲେ l