-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2024
ସୋନପୁର / ତରଭା, ତରଭା କୁମ୍ଭାର ପଡା କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଶିଳାନ୍ୟାସ ଓ ଭୀମଭୋଇ ସେବା ସଂସଦର ବାର୍ଷିକ ଉତ୍ସବ ରେ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ଭୀମ ଭୋଇ ଜଣେ ଦାର୍ଶନିକ କହିବା ସହ ତାଙ୍କର ଗୁଣାବଳି
ଉତଥାପନ କରିବା ସହ ତରଭା ଏନ ଏ ସି ର ବିକାଶ ନେଇ ମତ ରଖି ଥିଲେ I କୁମ୍ଭାର ପଡା ରେ ୪୦ ଲକ୍ଷ ଟଙ୍କା ରେ କଲ୍ୟାଣ ମଣ୍ଡପ ନିର୍ମାଣ ଶିଳାନ୍ୟସ ଓ କ୍ଳବ ର ବାର୍ଷିକ ଉତ୍ସବ ସମୟର ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ପୂଜାରୀ ଯୋଗ ଦେଇଥିବା ବେଳେ ବ୍ଲକ ଚେୟାରମ୍ୟାନ ସରୋଜ କମ୍ପ, ଏନ ଏ ସି ଚେୟାରମ୍ୟାନ ବନ୍ଦିତା ନାଏକ, ଉପାଧ୍ୟାକ୍ଷା ଗଗନ ଅଗ୍ରୱାଲ, ପୁର୍ବ ତନ ବ୍ଲକ ଚେୟାରମ୍ୟାନ ଶତ୍ରୁଘନ ପୃଷ୍ଟି, ଓ ଲାଲ ବିହାରୀ ରଣା ସମ୍ମାନିତ ଅତିଥିଭାବେ ଯୋଗ ଦାନ କରିଥିଲେ I କ୍ଳବ ସଭାପତି ଭକ୍ତ ରଣା ଅଧକ୍ଷତା କରିଥିଲେ I ଏହି ଅବସରରେ ସାଂସଦ ସଭ୍ୟ ମାନଙ୍କର ଦ୍ୱାରା ସଚେତନତା ଧର୍ମୀ ଛୋଟ ନାଟକ ପରିବେଷଣ ଓ ବିଭିନ୍ନ ଅନୁଷ୍ଠାନ ଓ ଶିଶୁକଳାକାରଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରିଥିଲେ I ଅନୁଷ୍ଠାନ ପକ୍ଷରୁ କୋଶଲି କବି ଦେବେନ୍ଦ୍ର ନାଏକଙ୍କୁ କୋଶଳ ଗୌରବ ସମ୍ମାନ ଉପାଧି ଦିଆଯାଇଥିଲା I ଗୋପାଳ ମଳଣା, ତ୍ରିନାଥ ରଣା, ଆୟୁଷ ରଣା, ଦେବାଶିଷ ରଣା, ଚୁନୁ ପାଣିଗ୍ରାହୀ, ପ୍ରମୁଖ ଅଭିନୟନ କରିଥିଲେ I
(ତରଭା ରୁ କପିଳାସ ସେଠ ଙ୍କ ରିପୋର୍ଟ )