-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
24-Feb-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ସ୍ଥିତ ନିୟନ୍ତ୍ରିତ ବଜାର ପରିସର ଠାରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରଭାଗୀୟ ଆୟୁକ୍ତ, ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଡ଼ିଳେଶ୍ବର ଖାଖା ଅଧ୍ଯକ୍ଷତା କରିଥିଲେ। ଏହି ଶିବିରରେ ଶ୍ରୀଯୁକ୍ତ ପଦ୍ମନାଭ ବେହେରା, ବିଧାୟକ, ବୀରମହାରାଜପୁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଓ ସମ୍ମାନିତ ଅତିଥିଭାବରେ ଶ୍ରୀମତୀ ଶାନ୍ତିଲତା ମିଶ୍ର, ଅଧ୍ଯକ୍ଷ ପଞ୍ଚାୟତ ସମିତି, ଉଲୁଣ୍ଡା, ଉପ-ଜିଲ୍ଲାପାଳ, ବୀରମହାରାଜପୁର ଶ୍ରୀଯୁକ୍ତ ଲଲାଟେନ୍ଦୁ ସି, ଗୋବିନ୍ଦ ମହାରଣା, ସଭାପତି, ଟ୍ରେଡ଼ ୟୁନିୟନ ସମନ୍ଵୟ ସମିତି, କେଶନ ଜଗଦଲା, ସରପଞ୍ଚ, ମୁଣ୍ଡଘାଟ ଯୋଗଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ଦିଆଯାଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକ ପାତ କରିଥିଲେ । ଏହି ଶିବିରରେ ସର୍ବମୋଟ ୨,୧୨୮ ଜଣଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯାଇଅଛି, ସେଥି ମଧ୍ୟରୁ ଶିକ୍ଷା ସହାୟତା ପାଇଁ ୮୮୫ ଜଣଙ୍କୁ ୪୩,୯୨,୮୦୦ ଟଙ୍କା, ପ୍ରସୂତି କାଳୀନ ସହାୟତା ପାଇଁ ୧୨୨ ଜଣଙ୍କୁ ୧୨,୨୦,୦୦୦ ଟଙ୍କା, ବିବାହ ସହାୟତା ପାଇଁ ୮୫୦ ଜଣଙ୍କୁ ୪,୨୫,୦୦,୦୦୦ ଟଙ୍କା, ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ପାଇଁ ୧୪୬ଜଣଙ୍କୁ ୭,୩୦,୦୦୦ ଟଙ୍କା ମୃତ୍ୟୁ କାଳୀନ ସହାୟତା ପାଇଁ ୧୨୫ ଜଣଙ୍କୁ ୨,୪୮,୦୦,୦୦୦ ଟଙ୍କା ପ୍ରଦାନ କରାଯିବାର ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀଯୁକ୍ତ ଡ଼ିଳେଶ୍ବର ଖାଖା ଘୋଷଣା କରିଥିଲେ ତନ୍ମଧ୍ୟରୁ ସର୍ବମୋଟ ୧୯ ଜଣ ହିତାଧିକାରୀଙ୍କୁ ମୁଖ୍ୟଅତିଥି ବିଧାୟକ ବୀରମହାରାଜପୁର ଶ୍ରୀଯୁକ୍ତ ପଦ୍ମନାଭ ବେହେରା ମଞ୍ଚରେ ଡେମୋ ଚେକ ପ୍ରଦାନ କରିଥିଲେ।ଅବଶିଷ୍ଟ ହିତାଧିକାରୀ ମାନଙ୍କ ବିଭିନ୍ନ ସହାୟତା ରାଶି ତାଙ୍କ ବ୍ୟାଙ୍କ ଜମା ଖାତାରେ ଜମା କରାଯିବ ବୋଲି ହିତାଧିକାରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଏହି ସଭା ମଞ୍ଚକୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଶ୍ରୀ ବାଙ୍କା ବିହାରୀ ମହଲା ପରିଚାଳନା କରିଥିଲା ବେଳେ ତାଙ୍କୁ ସହାୟତା କରିଥିଲେ ଅନିତା ନାଗ, ପ୍ରିୟ ଦର୍ଶିନୀ ପ୍ରଧାନ, ନାରାୟଣ ବିଶି, ଦୟା ପାଣ୍ଡେ ଓ ଦୁଇ ଜଣ ସହଶ୍ରମ ଅଧିକାରୀ ଯଥା ସ୍ପିନିତା କୁମାରୀ ଦେବୀ ଓ ଚିନ୍ମୟ ମେହେର ବିଶେଷ ଭାବରେ ଏହି ସଭାରେ ସହଯୋଗ କରିଥିଲେ ଏବଂ ଶେଷରେ ଉଲୁଣ୍ଡା ବ୍ଲକ ର ସହକାରୀ ଶ୍ରମ ଅଧିକାରୀ ଲିପକରାଜ ନାଏକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।