-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
24-Feb-2024
ନାକଟିଦେଉଳ(କନ୍ଦର୍ପ ବେହେରା ): ନାକଟିଦେଉଳ ବନାଞ୍ଚଳ ଜାମୁଜୋରୀ ପଂଚାୟତର ପାପକୁଇଲି ଝରଣ ଗ୍ରାମରେ ହାତୀ ଆକ୍ରମଣରେ ୮ପଟ ମଇଁଷି ମ୍ରୁତ୍ୟୁ ବରଣ କରିଥିବା ଜଣାପଡିଛି ।ପ୍ରକାଶ ଯେ ସମ୍ବଲପୁର ଜିଲ୍ଲା ସୀମାନ୍ତ ଜାମୁଜୋରୀ ପଂଚାୟତର ପାପକୁଇଝରଣ ଗ୍ରାମର ଲିଙ୍ଗରାଜମାଝୀ ଓ ଟଙ୍କଧର ମାଝୀଙ୍କ ୮ ପଟ ମଇଁଷିକୁ ହାତୀ ବିଳମ୍ବିତ ରାତିରେ ବନ୍ଧା ହୋଇଥିବା ଅବସ୍ଥାରେ ମାରିଦେଇ ଥିବାଜଣା ପଡିଛି ା ଖବର ପାଇ ରେଢାଖୋଲ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି , ନାକଟିଦେଉଳ ବନାଂଚଳ ଅଧିକାରୀ ଅଶ୍ବିନୀ କୁମାର ବେହେରା, ରେଢାଖୋଲ ବନାଂଚଳ ଅଧିକାରୀ ମୈତ୍ରୀମଞିତ୍ ବିଶ୍ବାଳ ପ୍ରମୁଖ ପହଂଚି ତଦନ୍ତ କରିଥିଲେ
ମ୍ରୁତ ମଇଁଷିମାନଙ୍କର ଶବବ୍ୟବଚ୍ଛେଦ କରିଯାଇଥିବା ଜଣା ପଡିଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ ା ଏ ସଂପର୍କରେ ନାକଟିଦେଉଳ ରେଞର ଅଶ୍ବିନୀ କୁମାର ବେହେରାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସଂଭବ ହୋଇ ପାରି ନ ଥିଲା ।
ହାତୀ ମାନଙ୍କର ପ୍ରାଦୁର୍ଭାବରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ା