-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
24-Feb-2024
ଆଗଲପୁର, (ବିନୋଦ କୁମାର ଦୀପ) ଆଜି ଆଗଲପୁର ବ୍ଲକ ଅନ୍ତର୍ଗତ ରିନ ବଚନ ଗ୍ରାମରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ସାହାଯ୍ୟ ସକାଶେ ଏକ ପଞ୍ଚାୟତ ସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ସକାଶେ ପ୍ରଥମେ ଆଜି ଏକ କଳସ ଶୋଭାଯାତ୍ରା ବାହାରି ଗ୍ରାମ ପରିଭ୍ରମଣ କରି ସ୍ଥାନୀୟ ପୋଖରୀକୁ ଯାଇ ପାଣି ଆଣି ଯାତ୍ରା ମଣ୍ଡପରେ ସ୍ଥାପନ କରା ଯାଇଥିଲା l ଏହି ଅବସରରେ କୀର୍ତ୍ତନ, ବାଜା, ଘଣ୍ଟ, ଶଙ୍ଖ ବଜାଇ କଳସ ଶୋଭାଯାତ୍ରା କୁ ରଙ୍ଗାରଙ୍ଗ କରା ଯାଇଥିଲା l ଏହି ଯାତ୍ରା ଦୀର୍ଘ ନଅ ଦିନ ଧରି ଅନୁଷ୍ଠିତ ହେବ l
ଯାତ୍ରା କମିଟି ର ସଭାପତି ଶ୍ରୀ ସୁଧାକର ନାଏକ୍ ଓ ସମ୍ପାଦକ ଶ୍ରୀ ଦୀନବନ୍ଧୁ ସାହୁ ଯାତ୍ରା ସମ୍ପାଦନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଜଣା ପଡ଼ିଛି l ଯାତ୍ରା ଉପଲକ୍ଷେ ମିନାବଜାର, ରାବଣ ଦରବାର, କଲାକୁଞ୍ଜ ଇତ୍ୟାଦି କାର୍ଯ୍ୟକ୍ରମ ପ୍ରତିଦିନ ଅନୁଷ୍ଠିତ ହେବାର ସ୍ଥିରୀକୃତ କରା ଯାଇଛି l ତା ସଙ୍ଗେ ସଙ୍ଗେ ପ୍ରତିଦିନ ପାରାୟଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ଯାତ୍ରା କମିଟି ସୂଚନା ଦେବାସହ ପ୍ରତିଦିନ ରାତି ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଦଣ୍ଡନୃତ୍ୟ,ନାଟକ, ପାଲା ଇତ୍ୟାଦି କାର୍ଯକ୍ରମ ଅନୁଷ୍ଠିତ ହେବବୋଲି ସୂଚନା ଦେଇଛନ୍ତି l