-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
24-Feb-2024
ସିନ୍ଧେକେଲା(ପ୍ରେରଣା ଖବର ): ଅଞ୍ଚଳରେ ଶିକ୍ଷାର ବିକାଶ କୁ ନେଇ ଏପରି କୌଣସି ଟେକ୍ନୋ ସ୍କୁଲ ନଥିବାରୁ ଛାତ୍ରଛାତ୍ରୀ ମାନେ ଆଗକୁ ଉନ୍ନତି କରି ପାରୁ ନଥିବା ବେଳେ ଏପରି ସ୍ଥଳେ ଉତ୍ତମ ଗୁଣାତ୍ମକ ଶିକ୍ଷାକୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିଥିବା ବିକାଶ ଗ୍ରୁପ ସଂସ୍ଥା ଇତି ମଧ୍ୟରେ ଅଞ୍ଚଳର ନିକଟବର୍ତ୍ତୀ ସହର କଣ୍ଟାବାଞ୍ଜି ଠାରେ ଲକ୍ଷ୍ମୀ ବିକାଶ ଟେକ୍ନୋ ସ୍କୁଲ ନାମରେ ତାର ଏକ ନୂତନ ଶାଖା ଖୋଲା ଯାଇଥିବାରୁ ଅଂଚଳରେ ଖୁସିର ଲହରୀ ଦେଖାଦେଇଛି । ଏନେଇ ସିନ୍ଧେକେଲା ମାଁ ଦ୍ୱାରସେହ୍ନି ମନ୍ଦିର ପ୍ରାଙ୍ଗଣରେ ଅଞ୍ଚଳର ଅଭିଭାବକ ମାନଙ୍କୁ ନେଇ ଏକ ବିଶେଷ ବୈଠକ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ଜୈନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳରେ ଶିକ୍ଷାର ବିକାଶ କେମିତି ହୋଇପାରିବ ସେ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇବା ପାଇଁ ବିକାଶ ଗ୍ରୁପ ସଂସ୍ଥା ଓଡ଼ିଶାର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଡ଼ି. ନାଗେଶ୍ୱର ରାଓ , ଭବାନୀପାଟଣା ନିର୍ଦ୍ଦେଶକ ଡ଼ି. ଶ୍ୟାମ , ଅନ୍ୟତମ ନିର୍ଦ୍ଦେଶକ ଡ଼ି. ରାମ କୁମାର , ମ୍ୟାନେଜମେଣ୍ଟ ସଦସ୍ୟ ଡ଼ି. ପ୍ରତାପ , ଡିଗ୍ରୀ କଲେଜ ବରଗଡ଼ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର , ଜନ ସମ୍ପର୍କ ଅଧିକାରୀ ଗୁପ୍ତେଶ୍ଵର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଅଞ୍ଚଳର ଅଭିଭାବକ ତଥା ସାମାଜିକ ବ୍ୟକ୍ତିଙ୍କ ମଧ୍ୟରେ ତପନ ଜୈନ , ନରେଶ ବର୍ମା , ଉଦିତ ନାରାୟଣ ସିଂଦେଓ , ଅରୁଣ ଜୈନ , ଦେବେନ୍ଦ୍ର ଖମାରୀ , ଗୁଳଜାରି ଲାଲ ଜୈନ , ଡା: ବିଶ୍ୱାସ , ସଞ୍ଜୟ ଜୈନ , ଦୁର୍ଗା ସିଂଦେଓ , ବାବୁଲାଲ ଜୈନ , ବଳରାମ ସାହୁ , ସଞ୍ଜୁ ଜୈନ , ଯୁବ ସମାଜ ସେବୀ ଅନିଲ ତ୍ରିପାଠୀ , ସାମ୍ବାଦିକ ଦିନେଶ ଜୈନ ପ୍ରମୁଖଙ୍କ ସହ ବହୁ ଲୋକେ ଉପସ୍ଥିତ ଥିଲେ ।